ପୁଣି କାନ୍ଦି କାନ୍ଦି ଭିଡ଼ିଓ ତିଆରି କଲେ ଡିମ୍ପଲ୍ , କହିଲେ ସୁମିତ୍ ” I LOVE YOU ” , ଦେଖନ୍ତୁ ଭିଡ଼ିଓ

ସଂସ୍କାର : କେବେ ତପସ୍ୱିନୀଙ୍କୁ ନିଜର କରିବେ ସୁମିତ୍ ? ଏଦୁହେଁ ଯଥାଶୀଘ୍ର ମିଶି ସୁଖର ସଂସାର କରନ୍ତୁ ବୋଲି ଓଡିଶାବାସୀ ଚାହାନ୍ତି। କିନ୍ତୁ ଏହି ପାରିବାରିକ ମାମଲାର ଅନ୍ତ ଘଟୁନାହିଁ। ଦିନକୁ ଦିନ ନୂଆ ନୂଆ କଥା ଏମାନଙ୍କର ମାମଲାରେ ଦେଖିବାକୁ ମିଳୁଛି। ଗୋଟିଏ ପଟେ ସୁମିତ ଏକ ଅଜଣାସ୍ଥାନରେ ରହି ଅଡିଓ ଜାରି ତାଙ୍କ ସ୍ତ୍ରୀଙ୍କୁ ଦୋଷାରୋପ କରୁଥିବା ବେଳେ, ଅନ୍ୟପଟେ ତପସ୍ୱିନୀ ଭିଡିଓ ମାଧ୍ୟମରେ ନିଜ ଦୁଃଖ ବ୍ୟକ୍ତ କରି ତାଙ୍କ ସ୍ୱାମୀଙ୍କୁ ନିଜର କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଚାଲିଥିବା ବେଳେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘର ଗେଟ ଭିତରେ ଧାରଣାରେ ବସିଛନ୍ତି ଓ ସୁମିତ ଦିନକୁ ଦିନ ନିଜର ଛୁଟି ବଢ଼ାଇ ଚାଲିଛନ୍ତି।

ତେବେ ଏପରିସ୍ଥଳେ ତପସ୍ୱିନୀ ପୁଣି ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ ସେ କାନ୍ଦି କାନ୍ଦି ନିଜର ଦୁଃଖ ବ୍ୟକ୍ତ କରିବା ସହ ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି ।

ତପସ୍ୱିନୀ ଭିଡିଓରେ କହିଛନ୍ତି ଯେ, ” ମୁଁ ଖୁସିରେ ରହିବା ପାଇଁ ସୁମିତଙ୍କୁ ଭଲ ପାଇଁ ବିବାହ କରିଥିଲି, ମାତ୍ର ସେପରି କିଛି ହେଲା ନାହିଁ । ମୋର ସବୁଠାରୁ ବଡ଼ ଦୁଃଖ ଏଇଆ ଯେ, ମୋର ସ୍ୱାମୀ ହିଁ ମୋତେ ବର୍ବାଦ କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ଗୋଟେ ସାଧାସିଧା ଝିଅ ଥିଲି। ମୋତେ ଅନେକ ଲୋକ ଶ୍ୱଶୁର ଘର ବାରଣ୍ଡାରୁ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି । ଆଉ କିଛି ଲୋକ ମୋତେ ହତ୍ୟା ଧମକ ଦେଉଛନ୍ତି । କିଛି ଲୋକ ମୋତେ ବିରୋଧ କରୁଥିବା ବେଳେ ଆଉ କିଛି ଲୋକ ସାହାଯ୍ୟ କରୁଛନ୍ତି । ମୁଁ ସୁମିତଙ୍କୁ ଚାହେଁ, ସେ ମୋ ପାଖକୁ ଫେରିଆସନ୍ତୁ। ମୁଁ ସୁମିତଙ୍କୁ ବହୁତ ଭଲ ପାଏ”।

Leave a Reply

Your email address will not be published. Required fields are marked *