ସଂସ୍କାର : ସାରା ଓଡିଶାବାସୀଙ୍କର ଏବେ ମାତ୍ର ଗୋଟିଏ ଚିନ୍ତା , ନା କେବେ ତପସ୍ୱିନୀ ଦାଶଙ୍କୁ ନିଜର ବୋହୂ ବୋଲି ସ୍ୱୀକାର କରିବେ ସୁମିତଙ୍କର ପରିବାର ଓ ନିଜେ ସୁମିତ୍। ସମସ୍ତଙ୍କର ନଜର ବର୍ତ୍ତମାନ ଦୀର୍ଘ ୨ ମାସ ହେବ ଏମାନଙ୍କର ଉପରେ ରହିଛି। କାରଣ ଦୀର୍ଘ ଦୁଇମାସ ହେବ ତପସ୍ୱିନୀ ଶଶୁର ଘରକୁ ଯିବାକୁ ଜିଦ ଧରି ନ୍ୟାୟ ପାଇଁ ଶଶୁର ଘରର ଦାଣ୍ଡରେ ବସିଛନ୍ତି। ଆଉ ତାଙ୍କୁ ଦୃଢ ସମର୍ଥନ ଦେଉଛନ୍ତି ଓଡ଼ିଶାର ମହିଳା ସମାଜସେବୀ ପ୍ରମିଳା ତ୍ରିପାଠୀ। ତପସ୍ୱିନୀଙ୍କୁ ନିଜର ଝିଅ କହି ପ୍ରମିଳା ଦୀର୍ଘ ଦୁଇ ମାସ ହେବ ତାଙ୍କ ସହିତ ଧାରଣାରେ ବସିଛନ୍ତି।
ତେବେ ଏହାରି ମଧ୍ୟରେ କେଉଁଆଡ଼େ ଲୁଚି ରହି ତପସ୍ୱିନୀଙ୍କ ପ୍ରେମିକରୁ ସ୍ୱାମୀ ସାଜିଥିବା ସୁମିତ୍ ସାହୁ ଏକ ଭିଡ଼ିଓ ଜାରି କରିଥିଲେ। ସେ ଏହି ଭିଡ଼ିଓରେ ସମାଜସେବୀ ପ୍ରମିଳା ଦେବୀଙ୍କୁ ଟ୍ରାର୍ଗେଟ କରିଥିଲେ। ଆଉ କହିଥିଲେ ଯେ, ପ୍ରମିଳା କାହିଁକି ଆମ ବିଷୟରେ ମୁଣ୍ଡ ପୁରାଉଛନ୍ତି। ସେ କିଏ ଥାର୍ଡ ପର୍ସନ ?
ତେବେ ଦିନକୁ ଦିନ ଏହି ଘଟଣା ନୂଆ ମୋଡ଼ ନେଉଥିବା ବେଳେ, ମୁହଁ ଖୋଲିଛନ୍ତି ପ୍ରମିଳା ଦେବୀ । ସେ କହିଛନ୍ତି ‘ଏହି ମାମଲାରେ କେହିବି ହସ୍ତକ୍ଷେପ କରିନାହଁନ୍ତି, ମୁଁ ଜଣେ ସମାଜସେବୀ’। ତପସ୍ୱିନୀ ମୋ ଝିଅ ଭଳି। ତାହା ପାଇଁ ଲଢ଼ିବା ମୋର ଦାୟିତ୍ୱ। ଗୋଟିଏ ଝିଅକୁ ନ୍ୟାୟ ଦେବାକୁ ମୁଁ ଏଠାରେ ବସିଛି। ମୋ ନାଁରେ ଗୋଟିଏ କଣ ୫୦ ଟି କେସ୍ ଦେଲେ ବି ମୋର କିଛି ଫରକ ପଡ଼ିବନି। କାରଣ ମୁଁ ଜଣେ ସମାଜସେବୀ।” ତେବେ ଶୁଣନ୍ତୁ ଆଉ କ’ଣ କ’ଣ ସବୁ କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ…