ଟିମ୍ ଇଣ୍ଡିଆ ଜିତିଲା ବର୍ଷର ପ୍ରଥମ ସିରିଜ୍ , ୱେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇ ସିରିଜ୍ କବଜା

ସଂସ୍କାର : ୱେଷ୍ଟଇଣ୍ଡିଜ୍ ସହ ଚାଲିଥିବା ତିନିଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୪୪ ରନରେ ପରାସ୍ତ କରିଛି। ଏହା ସହିତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ ରେ ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ଦ୍ଵିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ ଜିତି ପ୍ରଥମେ ବୋଲିଂ କରିଥିଲା। ଆଉ ଭାରତୀୟ ଦଳ ୫୦ ଓଭର ବ୍ୟାଟିଂ କରି ୯ ୱିକେଟ୍ ବିନିମୟରେ ୨୩୭ ରନ କରିଥିଲା।

ଜବାବରେ ୨୩୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ୍ ଦଳ ୪୬ ଓଭର ବ୍ୟାଟିଂ କରି ୧୯୩ ରନରେ ସମସ୍ତ ୱିକେଟ୍ ହରାଇଛି। ଆଉ ୱେଷ୍ଟଇଣ୍ଡିଜ୍ ଦ୍ଵିତୀୟ ମ୍ୟାଚ୍ ହାରିବା ସହିତ ସିରିଜ୍ ବି ହାରିଯାଇଛି। ୱେଷ୍ଟଇଣ୍ଡିଜ୍ ର ଶାମର ବ୍ରୁକ୍ସ ସର୍ବାଧିକ ୪୪ ରନ କରିଛନ୍ତି। ଆଉ ଅନ୍ୟପକ୍ଷରେ ଭାରତ ପକ୍ଷରୁ ପ୍ରସିଦ୍ଧ କୃଷ୍ଣ ୪ ଟି ୱିକେଟ୍ ନେଇଛନ୍ତି।

ଟିମ୍ ଇଣ୍ଡିଆ ଚଳିତ ବର୍ଷ ନିଜର ପ୍ରଥମ ସିରିଜ୍ ଜିତିଛି। ଏଥିସହ ରୋହିତ ଶର୍ମାଙ୍କ ପୂର୍ଣ୍ଣକାଳୀନ ଦିନିକିଆ ଅଧିନାୟକ ଭାବରେ ଏହା ପ୍ରଥମ ସିରିଜ୍ ବିଜୟ। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୪ ରନ କରିଛନ୍ତି। ଏହା ସହିତ କେଏଲ ରାହୁଲ ୪୯ ରନର ଏକ ଭଲ ଇନିଂସ ଖେଳିଥିଲେ। ୱେଷ୍ଟଇଣ୍ଡିଜ୍ ପାଇଁ ଅଲଜାରି ଜୋସେଫ୍ ଏବଂ ଓଡେନ୍ ସ୍ମିଥ୍ ପ୍ରତ୍ୟେକ ଦୁଇଟି ୱିକେଟ୍ ନେଇଥିଲେ।

Leave a Reply

Your email address will not be published. Required fields are marked *