ଫୋନ କରି ଏଣିକି ନେଇ ହେବ ଡାକ୍ତରଙ୍କ ପରାମର୍ଶ : ରାଜ୍ୟରେ ଏହି ସବୁ ସ୍ଥାନରେ ଆରମ୍ଭ ହେଲା ଟେଲି-ମେଡ଼ିସିନ ସେବା, ପଢନ୍ତୁ ପୁରା ଖବର

କରୋନା ମହାମାରୀରେ ସାରା ବିଶ୍ଵ ଆତଙ୍କିତ ଥିଲାବେଳେ ଅନେକେ ସାମାନ୍ୟ ଅସୁସ୍ଥ ହେଲେ ସୁଦ୍ଧା ହସ୍ପିଟାଲ ଯିବାକୁ ଡରୁଛନ୍ତି । ଦେଶ ତଥା ରାଜ୍ୟରେ ପୁଣି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଛୋଟ ରୋଗ ନେଇ ହସ୍ପିଟାଲ ଯିବେ ଆଉ ଆରୋଗ୍ୟ ବଦଳେ କରୋନା ଭାଇରସରେ ସଂକ୍ରମିତ ହେଇଯିବେ ଡରରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେଳେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ।

ଭୂବନେଶ୍ଵରର କ୍ୟାପିଟାଲ ହସ୍ପିଟାଲ ସହିତ ଓଡ଼ିଶାରେ ମୋଟ୍ ୪୧ ଗୋଟି ସ୍ଥାନରେ ଟେଲି-ମେଡ଼ିସିନ ସେବା ଆରମ୍ଭ ହୋଇ ଯାଇଛି । ଲକଡାଉନ କଟକଣା ଓ ସଂକ୍ରମିତ ହେବାର ଭୟରେ ସାଧାରଣ ରୋଗୀଟିଏ ହସ୍ପିଟାଲକୁ ଯିବା ସମ୍ଭବ ହେଉ ନଥିବାରୁ ଏହି ଟେଲି-ମେଡ଼ିସିନ ସେବା ଆରମ୍ଭ କରାଯାଇଛି । ଏଥିରେ ଜଣେ ସାଧାରଣ ରୋଗୀ ଫୋନ ଜରିଆରେ ଡାକ୍ତରଙ୍କ ସହିତ ସିଧାସଳଖ ଯୋଗାଯୋଗ କରିପାରିବ । ରୋଗର ଉପଚାର ପାଇବା ସହିତ କରୋନା ସଂକ୍ରମଣ ଭୟରୁ ବି ମୁକୁଳି ପାରିବ ।

ସୂଚନା ଅନୁଯାୟୀ ଓକାକ୍‌ ପକ୍ଷରୁ ଟେଲି-ମେଡ଼ିସିନ ସେବା ପାଇଁ ପ୍ରତି କେନ୍ଦ୍ରକୁ ୨ ଟି ଲେଖାଏଁ ମୋବାଇଲ ସେଟ୍‌ ହିସାବରେ ମୋଟ ୮୨ ଟି ସେଟ୍‌ ଯୋଗାଇ ଦିଆଯାଇଛି । ୩୦ ଗୋଟି ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଉପଲବ୍ଧ ହେବ । କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ, ବାଲେଶ୍ଵରର ଫକୀର ମୋହନ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଏହି ସେବା ମିଳିବ । OPD ସମୟ ସକାଳ ୮ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରହିଥିବାବେଳେ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ, ବୁର୍ଲାର ଭୀମସାର, କଟକର ଏସ୍‌ସିବି ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ପ୍ରତିଷ୍ଠାନରେ ୨୪ ଘଣ୍ଟିଆ ଟେଲି-ମେଡ଼ିସିନ ସେବା ଯୋଗାଇ ଦିଆଯିବ ।

Leave a Reply

Your email address will not be published. Required fields are marked *