ଭୁବନେଶ୍ୱର: କରୋନା ପ୍ରଭାବ କୁ ଦୃଷ୍ଟି ରେ ରଖି ଓଡିଶା ସରକାର ଜୁଲାଇ ମାସ ରେ ମଧ୍ୟ ରାଜ୍ୟ ର 10 ଟି ଜିଲ୍ଲା ରେ ଶନିବାର-ରବିବାର ସଟଡାଉନ ଜାରି ରହିବ । ଜୋନ-୧ରେ ଯାଉଥିବା ଏହି ୧୦ଟି ଜିଲ୍ଲା ହେଲା ଗଞ୍ଜାମ, ଗଜପତି, କଟକ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଝାରସୁଗୁଡା, ଜଗତସିଂହପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ।
ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିବାରୁ ଏବଂ ଜୋନ-୧ରେ ଯାଉଥିବାରୁ ଏହି ୧୦ଟି ଜିଲ୍ଲାକୁ 2 ଦିନିଆ ସଟଡାଉନ ରଖିବାକୁ ମୁଖ୍ୟ ଶାସନ ସଚିବ ଆଦେଶ ଜାରି କରିଛନ୍ତି । ମାତ୍ର ସଟଡାଉନ ସମୟରେ ଏହି ସବୁ ସୁବିଧା ଉପଲବ୍ଧ ହେବ ।
ସଟଡାଉନରେ ଜରୁରୀ ସେବା ଚାଲୁ ରହିବ, ଯେମିତି କି ପେଟ୍ରୋଲ ପମ୍ପ, ମିଡିଆ, ଜଳ ଯୋଗାଣ, ମେଡିକାଲ ସେବା, ପୋଲିସ ଓ ଅଗ୍ନିଶମ ବାହିନୀ, ଟେଲିକମ, ବିଦ୍ୟୁତ୍ ଯୋଗାଣ, କୃଷି ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ସମୟରେ ଦୋକାନ ବଜାର ବନ୍ଦ ଏବଂ ସଭା ସମିତି ବନ୍ଦ ରହିବ ।