ସଂସ୍କାର : ବଳାତ୍କାରର ଶିକାର ହେଲା ଜଣେ ନିରୀହ ଛୋଟ ଝିଅ। ଝିଅଟିର ବୟସ ୧୦ ବର୍ଷ ହେବ ବୋଲି ଜାତୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି। ଏଭଳି ଏକ ଲଜ୍ୟାଜନକ ଘଟଣା ବିହାର ରାଜ୍ୟରେ ଘଟିଛି।
ବିହାରର ଗୟାଠାରେ ଜଣେ ନିରୀହ ୧୦ ବର୍ଷର ଝିଅକୁ ବଳାତ୍କାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବଳାତ୍କାର ପୀଡିତା ଅନୁଗ୍ରହ ନାରାୟଣ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ତେବେ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଗତ ୨୪ ତାରିଖ ସନ୍ଧ୍ୟା ସମୟରେ ଘଟିଛି ବୋଲି ଝିଅଟିର ପରିବାର ଲୋକେ ପୋଲିସକୁ କହିଛନ୍ତି। ତେବେ ଅଭିଯୁକ୍ତ ଫେରାର୍ ଅଛି ବୋଲି ପୋଲିସ ଗଣମାଧ୍ୟମକୁ କହିଛି। ତେବେ ଏହି ଘଟଣାଟି ଗୟା ଜିଲ୍ଲାର ଚାନ୍ଦୋଟି ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁର ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଝିଅଟି ତାଙ୍କ ଘର ବାହାରେ ଖେଳୁଥିଲା। ତେବେ ଅଭିଯୁକ୍ତ ଜଣକ ଚକୋଲେଟ୍ ଦେଇ ଝିଅଟିକୁ ସାଙ୍ଗରେ ନେଇଥିଲା। ଆଉ ଅପହରଣ କରି କିଛି ଦୂରକୁ ନେବା ପରେ ତାକୁ ବଳାତ୍କାର କରିଥିଲେ। ତେବେ କାନ୍ଦି କାନ୍ଦି ଘରେ ପହଂଚି ଝିଅ ଜଣକ ତାଙ୍କ ପରିବାର ସଦସ୍ୟଙ୍କୁ ଏହା ବିଷୟରେ ଜଣାଇଥିଲେ।
ତେବେ ପରିବାରର ସଦସ୍ୟମାନେ ପୋଲିସ ନିକଟରେ ଅଭିଯୋଗ ଦେବା ସହିତ ପୀଡ଼ିତା ଝିଅଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଝିଅର ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଆଇସିୟୁରେ ରଖାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।