ସଂସ୍କାର : ରାଜସ୍ଥାନର ଚିତ୍ତୋରଗଡରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ନିଜର ଜନ୍ମ କଲା ମା’ ଘଟାଇଲା ନିନ୍ଦନୀୟ କାର୍ଯ୍ୟ। ନିଜର ଝିଅକୁ ଦୁଷ୍କର୍ମ କରିବାରେ ସାହାର୍ଯ୍ୟ କରୁଥିଲା ଦୋଷୀକୁ। ଦିନେ କି ଦୁଇ ଦିନ ନୁହଁ , ଏହି ଦୁଷ୍କର୍ମ ଚାଲିଥିଲା ୫ ବର୍ଷ ଧରି। ଅର୍ଥାତ୍ ପାଞ୍ଚ ବର୍ଷ ଧରି ଅଭିଯୁକ୍ତର ଦୁଷ୍କର୍ମ କାର୍ଯ୍ୟରେ ସାହାର୍ଯ୍ୟ କରୁଥିଲା ମାଆ।
![](https://sanskarnetwork.in/odia/wp-content/uploads/2021/08/crime...jpg)
ସୂଚନାଯୋଗ୍ୟ ଯେ,ନାବାଳିକାର କାଉନସେଲିଂ ରିପୋର୍ଟ ଆଧାରରେ ବାଲକାନ ସମିତିର ଚେୟାରମ୍ୟାନ୍ ରମେଶ ଦାଶୋରା ଏକ ମାମଲା ରୁଜୁ କରିଛନ୍ତି। ସେ କହିବା ମୁତାବକ, ଦୁଷ୍କର୍ମ ପୀଡିତା ନାବାଳିକାର ପିତାଙ୍କ ମୃତ୍ୟୁ ପରେ ପାଣ୍ଡୋଲି ଷ୍ଟେସନ ବାସିନ୍ଦା ମଦନ ଲାଲ ତେଲି ଏବଂ ନାବାଳିକାର ମାଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢିଉଠିଥିଲା। ତେବେ ମା ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଅଭିଯୁକ୍ତ ମଦନ ଲାଲ ସନ୍ତୁଷ୍ଟ ନ ହୋଇ , ସେହି ମହିଳାଙ୍କ ନାବାଳିକା ଝିଅ ସହିତ ମଧ୍ୟ ଶାରୀରିକ ସମ୍ପର୍କ ସ୍ଥାପନ କଲା। ଏପରି ୫ ବର୍ଷ ଧରି ଚାଲିଥିଲା। ତେବେ ଅଭିଯୁକ୍ତର ଏହି କାର୍ଯ୍ୟରେ ଝିଅର ମାଆ ମଧ୍ୟ ସାହାର୍ଯ୍ୟ କରୁଥିଲା। ଯାହାକି ଏକ ଲଜ୍ଜ୍ୟାଜନକ ଘଟଣା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନାବାଳିକାର ମା ମଦନ ଲାଲ ତେଲିଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରନ୍ତି | ତାଙ୍କ ଆଦେଶରେ ହିଁ ସେହି ମହିଳା ଜଣକ ନିଜ ଝିଅର ପାଠ ପଢାକୁ ଅଧାରେ ବନ୍ଦ କରିଦେଇଥିଲେ। ଏହା ପରେ ୫ ବର୍ଷ ପର୍ଯ୍ୟନ୍ତ ଶାରୀରିକ ନିର୍ଯାତନା ମଧ୍ୟ ଦେଲେ। ନାବାଳିକା ଝିଅ ମନା କରିବା ପରେ ସେ ମହିଳା ଜଣକ ନିଜ ଝିଅକୁ ମାଡ ମାରିଥିଲେ। ତେବ ନାବାଳିକାର ମା ମଧ୍ୟ ଏହି ସମସ୍ତ କାର୍ଯ୍ୟରେ ଅଭିଯୁକ୍ତଙ୍କୁ ସମର୍ଥନ କରିଥିଲେ ବୋଲି ବାଲକାନ ସମିତିର ଚେୟାରମ୍ୟାନ୍ ରମେଶ ଦାଶୋରା କହିଛନ୍ତି।
ଶିଶୁ କଲ୍ୟାଣ କମିଟି ଦ୍ୱାରା କରାଯାଇଥିବା କାଉନସେଲିଂରେ କୁହାଯାଇଥିଲା ଯେ, ସେହି ମହିଳା ଜଣକ ନିଜ ନାବାଳିକା ଝିଅକୁ ପଇସା ପାଇଁ ବିବାହ କରାଇଦେଇଛି , ଏବଂ ବର୍ତ୍ତମାନ ଟଙ୍କା ପାଇଁ ଦ୍ୱିତୀୟ ଥର ବିବାହ କରାଇବାକୁ ଚାହୁଁଛନ୍ତି। ତେବେ ଶିଶୁ କଲ୍ୟାଣ କମିଟି ଚିତ୍ତୋରଗଡର ରିପୋର୍ଟ ଆଧାରରେ ଅଭିଯୁକ୍ତ ମଦନ ଲାଲ ତେଲିର ନାମରେ ମାମଲା ରୁଜୁ କରିବା ପରେ ତାକୁ ଗିରଫ କରାଯାଇଛି।