ବାପାଙ୍କ ଆରୋଗ୍ୟ କାମନା ପାଇଁ ଆଶୀର୍ବାଦ ଭିକ୍ଷା କଲେ ଅଭିନେତା ଅର୍ଦ୍ଧେନ୍ଦୁ, କୋହଭରା କଣ୍ଠରେ କହିଲେ ଏମିତି

ସଂସ୍କାର: “ମୋ ବାପା ମୋ ପାଇଁ ସବୁ କିଛି। ଓଡିଶାବାସୀଙ୍କୁ ଅନୁରୋଧ କରୁଛି ମୋ ବାପାଙ୍କୁ ଆଶୀର୍ବାଦ କରନ୍ତୁ। ମୋ ବାପା ଶୀଘ୍ର ଭଲ ହୋଇ ଯାଆନ୍ତୁ।” ତେବେ ଏଭଳି କିଛି କୋହଭରା ହୃଦୟ ନେଇ ନିଜର ମନର ଭାଷାକୁ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ।

ନିକଟରେ ଅର୍ଦ୍ଧେନ୍ଦୁ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଖରାପ ଥିବା ସମୟରେ ତାଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗର ହାତ ବଢାଇ ଦେଇଥିଲେ। ଅର୍ଦ୍ଧେନ୍ଦୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଅଭିନେତା ପିଣ୍ଟୁ ନନ୍ଦଙ୍କୁ କରିଥିଲେ।

ତେବେ ବର୍ତ୍ତମାନ ଅର୍ଦ୍ଧେନ୍ଦୁଙ୍କ ବାପା ରାଜଧାନୀ ଭୁବନେଶ୍ବର ସ୍ଥିତ ଏକ ହସ୍ପିଟାଲରେ ସ୍ଵାସ୍ଥ ସମସ୍ଯାରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଅଭିନେତା ଅର୍ଦ୍ଧେନ୍ଦୁ ସମସ୍ତଙ୍କ ଓଡିଶାବାସୀଙ୍କୁ ଏଠାରେ ତାଙ୍କ ବାପା ପାଇଁ ଲୋକମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଭଗବାନଙ୍କୁ ଡାକନ୍ତୁ ଯେମିତି ତାଙ୍କ ବାପା ଶୀଘ୍ର ସୁସ୍ଥ ହୋଇଯିବେ।

ତେବେ ଏପରି କହୁ କହୁ ଅଭିନେତା ଅର୍ଦ୍ଧେନ୍ଦୁ ଭାବ ବିହ୍ଵଳ ହୋଇଯାଇଥିଲେ। ଏହାରି ଭିତରେ ପିଣ୍ଟୁ ନନ୍ଦଙ୍କ ବିଷୟରେ ମଧ୍ୟ ଅର୍ଦ୍ଧେନ୍ଦୁ କିଛି ପ୍ରତିକ୍ରିୟା ରଖିଥିଲେ। ଅର୍ଦ୍ଧେନ୍ଦୁ କହିଥିଲେ ଯେ, ପିଣ୍ଟୁ ଭାଇ ଜଣେ ବହୁତ ଭଲ ଲୋକ ଅଟନ୍ତି। ତାଙ୍କ ଜୀବନର ୨୭ ବର୍ଷ କାଳ ସେ ଓଡିଆ କଳା ଜଗତକୁ ଦେଇ ଆସିଛନ୍ତି। ଅନେକ ଲୋକଙ୍କୁ ସେ ନିଜ ଅଭିନୟ ମାଧ୍ୟମରେ ହସେଇ କନ୍ଦେଇ ମନୋରଞ୍ଜନ କରାଇଛନ୍ତି। ସମସ୍ତ ଓଡିଶାବାସୀ ଚାହୁଁଛନ୍ତି ପିଣ୍ଟୁ ଭାଇ ବହୁତ ଶୀଘ୍ର ଆରୋଗ୍ଯ ଲାଭ କରି ପୁଣି ଥରେ ସିନେ ଜଗତକୁ ଫେରି ଆସନ୍ତୁ।

Leave a Reply

Your email address will not be published. Required fields are marked *