ସଂସ୍କାର : ୟୁପିର ବହରାଇ ଠାରେ ସ୍ତ୍ରୀର ପରକୀୟା ପ୍ରିତୀ କୁ ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ନାକକୁ କାଟି ଦେଇଛି। ବିଚ ରାସ୍ତା ଉପରେ ଦୁର୍ବୃତ୍ତ ସ୍ୱାମୀ ଜଣକ ନିଜ ସ୍ତ୍ରୀର ନାକ କାଟି ଦେଇଥିବା ଜଣାପଡିଛି । ଏହି ଘଟଣା ପରେ ପତ୍ନୀକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରଜନୀ ଦେବୀ ନାମକ ଜଣେ ମହିଳାଂକ ତାଂକ ସ୍ବାମୀଂକ ସହିତ କିଛି ଦିନ ଧରି ବିବାଦ ଚାଲିଆସିଥିଲା। ଏଥିରେ ରାଗି ଯାଇ ରଜନୀ ଦେବୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ। ତାଙ୍କ ପରେ ପରେ ତାଙ୍କ ସ୍ବାମୀ ମଧ୍ୟ ତାଙ୍କ ପଛେ ପଛେ ଶଶୁର ଘରକୁ ଯାଇଥିଲେ।
ତେବେ ସେଠାରୁ ତାଙ୍କ ପତ୍ନୀକୁ ବୁଝାଇ ଘରକୁ ଫେରାଇ ଆଣିବା ବାଟରେ ଟିକରାମୋାଡ ଠାରେ ନିଜ ସାଂଗମାନଙ୍କ ସହ ମିଶି ପତ୍ନୀଙ୍କ ନାକକୁ କାମୁଡି ଗୁରୁତର ଆହତ କରିଥିଲେ ପତି ଦେବ। ପରେ ରଜନୀଙ୍କୁ ଗୁରୁତର ଅଵସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣାପରେ ଅଭିଯୁକ୍ତ ସ୍ବାମୀ ଫେରାର ଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।