ସଂସ୍କାର : ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ସୁମିତ୍ ସାହୁ ଏବଂ ତପସ୍ଵିନୀ ଦାଶଙ୍କ ପାରିବାରିକ କଳହ। ତପସ୍ଵିନୀ କେବେ ନିଜର ଶଶୁର ଘରକୁ ଯିବେ ସେହି ସମୟକୁ ଅପେକ୍ଷା କରିଛନ୍ତି ନିଜେ ତପସ୍ଵିନୀ ଆଉ ଓଡିଶାବାସୀ। ଏହିକ୍ରମରେ ବହୁ ବିବାଦ ଓ ଚର୍ଚ୍ଚା ଭିତରେ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୪ ତାରିଖରେ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହର ରାୟ ଦେବେ କୋର୍ଟ। ଜିଲ୍ଲା ଦୌରାଜଜଙ୍କ କୋର୍ଟ ଆସନ୍ତାକାଲି ଏଦୁହିଁଙ୍କ ପାରିବାରିକ କଳିର ରାୟ ଶୁଣେଇବାକୁ ଯାଉଛନ୍ତି। ତେବେ ଆସନ୍ତାକାଲି ଜିଲ୍ଲା ଦୌରାଜଜଙ୍କ କୋର୍ଟ ଏମାନଙ୍କ ମାମଲାରେ କି ରାୟ ଶୁଣାଇବେ ତାହାକୁ ଶୁଣିବା ପାଇଁ ଓଡ଼ିଶାର ଜନସାଧାରଣ ଅପେକ୍ଷା କରିଛନ୍ତି।
ସମସ୍ତେ ଚିନ୍ତା କରୁଛନ୍ତି ଯେ, କୋର୍ଟ ଏହି ଦମ୍ପତିଙ୍କୁ ପୁଣି ଥରେ ଏକାଠି ରହିବାକୁ ଆଦେଶ ଦେଇପାରନ୍ତି। ଏଦୁହିଁଙ୍କ ମାମଲାର ଶୁଣାଣି ଗତ ଡିସେମ୍ବର ୨୭ ତାରିଖରେ ଥିଲା, କିନ୍ତୁ କୋର୍ଟ ଏହି ଶୁଣାଣିକୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । ତେବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଶ୍ୱଶୁର ଘର ବାରଣ୍ଡାରେ ବସି ରହିବେ ବୋଲି ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ତପସ୍ୱିନୀ ଦାଶ ଓରଫ ସୁମିତ ସାହୁଙ୍କର ପତ୍ନୀ।
ଏହି ମାମଲାରେ ଗୋଟିଏ ପଟେ ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି । ମାତ୍ର ଅନ୍ୟପଟେ ସୁମିତ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଅଲଗା ରହିବାକୁ ଚାହୁଁଛନ୍ତି। ଗୋଟିଏ ପଟେ ଉଭୟଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଅନ୍ୟପଟେ ତପସ୍ୱିନୀ ଧାରଣାରେ ବସିଛନ୍ତି । ତେଣୁ ଏହା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି କିଛି ଆଇନଜୀବୀ ମତ ଦେଇଛନ୍ତି । ତେଣୁ ତପସ୍ୱିନୀ ଆଗକୁ ଧାରଣା ଜାରି ରଖିବେ କି ବାରଣ୍ଡାରୁ ଉଠିବେ ତାହା କୋର୍ଟଙ୍କ ରାୟ ପରେ ଜଣାପଡ଼ିବ।