ସରକାରୀ ସହାୟତା ବାହାନାରେ ଘରେ ପଶି ବିଧବାଙ୍କୁ ବଳାତ୍କାର କଲେ ଏହି ରାଜ୍ୟର ବିଜେପି ନେତା

ସଂସ୍କାର : ବିଜେପି ନେତାଙ୍କ ଯୌନ ଶୋଷ। ଆଉ ଏହି ଯୌନ ତୃଷ୍ଣାକୁ ଭରିବା ପାଇଁ ବିଧବା ମହିଳାଙ୍କର କଲେ ଯୌନ ଶୋଷଣ। ତେବେ ଏହି କାମ ସେ ଏକାକୀ କରିନାହାନ୍ତି, ନେତାଙ୍କ କାର୍ଯ୍ୟରେ ସାହାର୍ଯ୍ୟ କରିଛନ୍ତି ସ୍ଥାନୀୟ ଅଞ୍ଚଳର ପୂର୍ବ ସରପଞ୍ଚଙ୍କ ସ୍ୱାମୀ। ଏଭଳି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ଗୁଜୁରାଟ ରାଜ୍ୟରୁ।

ତେବେ ଘଟଣାକ୍ରମ ଏହା ଯେ, ଗତ ୩ ମାସ ପୂର୍ବରୁ ଗୁଜୁରାଟରେ ସାଇକ୍ଲୋନିକ୍ ତାଉତ୍ ଗୁଜୁରାଟର ଅମରେଲି ଜିଲ୍ଲାରେ ତାଣ୍ଡବ ରଚିଥିଲା। ଏହି ତାଉତ୍ କାରଣରୁ ଆମରେଲି ଜିଲ୍ଲାର ଅନେକ ଗାଁରେ ହୋଇଥିବା କ୍ଷୟକ୍ଷତି ପାଇଁ ଲୋକମାନେ ସହାୟତା ପାଇପାରି ନାହାଁନ୍ତି। ଲୋକମାନେ ସରକାରୀ ସାହାଯ୍ୟ ପାଇଁ ଗୋଟିଏ ଅଫିସରୁ ଅନ୍ୟ ଏକ ସରକାରୀ ଅଫିସ ଧାଉଁଛନ୍ତି। ଏହି ସମୟରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଆମରେଲି ଜିଲ୍ଲାର ସାଭାର୍କୁଣ୍ଡଲା ତହସିଲ ଅଧିନସ୍ଥ ଏକ ଗାଁର ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ଓ ସ୍ଥାନୀୟ ବିଜେପି ନେତା ପ୍ରଫୁଲ୍ଲ ଭେକରିଆ, ସରକାରୀ ସାହାଯ୍ୟ ଦେବା ଆଳରେ ଗାଁର ଜଣେ ବିଧବାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଯେତେବେଳେ ସେ ନିଜ ଘରେ ଏକୁଟିଆ ଥିଲେ ସେତେବେଳେ ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ଏବଂ ସ୍ଥାନୀୟ ବିଜେପି ନେତା ପ୍ରଫୁଲ୍ଲ ଭେକରିଆ ତାଙ୍କ ଘରେ ପହଞ୍ଚି ସାଇକ୍ଲୋନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଆସିଥିଲେ। ଏହା ପରେ ମହିଳାଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କୁ ଦୁହେଁ ବଳାତ୍କାର କରିଥିଲେ।

ତେବେ ମହିଳାଙ୍କ ପୁଅ ଘରକୁ ଆସିବା ପରେ ସେ ନିଜ ପୁଅକୁ ଏହି ସବୁ କଥା କହିଥିଲେ, ଏହା ପରେ ସେ ବିଧବା ମହିଳା ଏବଂ ତାଙ୍କ ପୁଅ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। ତେବେ ପୋଲିସ କହିଛି ଯେ, ମହିଳାଙ୍କର ମେଡିକାଲ ତଦନ୍ତ ହେବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *