୮ ମାସ ଧରି ନାବାଳିକାଙ୍କୁ ଗ୍ୟାଙ୍ଗ ବଳାତ୍କାର କରୁଥିଲେ ପ୍ରେମିକ ଆଉ ତାର ପିଚାଶ ସାଙ୍ଗମାନେ, ୩୩ ଜଣଙ୍କ ବିରୋଧରେ ଥାନାରେ ମାମଲା ରୁଜୁ..

ସଂସ୍କାର: ଜଣେ ନାବାଳିକା ଝିଅଙ୍କୁ ତାର ବୟଫ୍ରେଣ୍ଡ ଆଉ ବୟଫ୍ରେଣ୍ଡର ସାଙ୍ଗମାନେ ମିଶି ବଳାତ୍କାର କରିଥିବାର ସାଂଘାତିକ ଅଭିଯୋଗ ଆସିଛି। ପାଖାପାଖି ୮ ମାସ ଧରି ଜଣେ ଝିଅଙ୍କୁ ୩୩ ଜଣ ବଳାତ୍କାର କରିଥିବା ଜଣାପଡ଼ିଛି। ପିଚାଶ ସାଙ୍ଗମାନଙ୍କ ସହ ମିଶି ପ୍ରେମିକ ଜଣକ ନିଜର ଗାର୍ଲଫ୍ରେଣ୍ଡକୁ କରିଛି ବଳାତ୍କାର।

ଏଭଳି ଏକ ସମ୍ବେଦନଶୀଳ ତଥା ଲଜ୍ୟାଜନକ ଘଟଣା ଘଟିଛି ମହାରାଷ୍ଟ୍ର ରାଜ୍ୟରେ। ମହାରାଷ୍ଟ୍ରରେ ଏପରି ଏକ ନିଷ୍ଠୁର ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୧୫ ବର୍ଷର ନାବାଳିକାକୁ ଅନେକ ଥର ଗଣଦୁଷ୍କର୍ମ କରାଯାଇଛି। ଗତ ଆଠ ମାସ ମଧ୍ୟରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ୧୫ବର୍ଷର ନାବାଳିକାଙ୍କୁ ଅନେକ ଥର ବଳାତ୍କାର କରାଯାଇଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ ପୋଲିସ୍ ୨୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟପଟେ ଏହି ମାମଲାରେ ଦୁଇ ଜଣ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏଥି ସହିତ ମୋଟ୍ ୨୬ ଜଣଙ୍କୁ ଗିରଫ କରାଯାଇଛି। ଯାହାକି ବରିଷ୍ଠ ପୋଲିସ୍ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି କଲ୍ୟାଣର ଡୋମ୍ବିଭଲିରେ ଥିବା ମନପଡା ପୋଲିସ ଆଇପିସି ଧାରା ୩୭୬ (ବଳାତ୍କାର), ୩୭୬ (ଏନ୍) (ବାରମ୍ବାର ବଳାତ୍କାର), ୩୭୬ (ଘ) (ଗ୍ୟାଙ୍ଗ ବଳାତ୍କାର) ଅନୁଯାୟୀ ୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଅତିରିକ୍ତ ପୋଲିସ କମିଶନର (ପୂର୍ବ ଜୋନ୍) ଦତ୍ତାତ୍ରେୟ କରଲେ କହିଛନ୍ତି ଯେ ଏହି ଅପରାଧ ଚଳିତ ବର୍ଷ ଜାନୁୟାରୀ ୨୯ ତାରିଖରୁ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଜାନୁଆରୀରେ ନାବାଳିକାର ପ୍ରେମିକ ତାଙ୍କୁ ବଳାତ୍କାର କରିବା ସହ ଘଟଣାର ଏକ ଭିଡିଓ କରିବା ପରେ ତାକୁ ବ୍ଲାକମେଲ୍ କରିଥିଲା। ଆଉ ଭିଡ଼ିଓଟି କୌଣସି କାରଣରୁ ଲିକ୍ ହେବା ପରେ ପ୍ରେମିକର ସାଙ୍ଗମାନେ ମଧ୍ୟ ନାବାଳିକାଙ୍କୁ ରେପ୍ କରିବା ପାଇଁ ବାଧ୍ୟ କରାଇଲେ। ପରବର୍ତ୍ତୀ ସମୟରେ ପ୍ରେମିକର ବନ୍ଧୁ ଏବଂ ପରିଚିତମାନେ ତାଙ୍କୁ ଡୋମ୍ବିଭଲି, ବାଦଲାପୁର, ମୁର୍ବାଦ୍ ଏବଂ ରାବାଲେ ସମେତ ବିଭିନ୍ନ ଜିଲ୍ଲାକୁ ନେଇ ବିଭିନ୍ନ ସ୍ଥାନରେ ଅତି କମରେ ୧୦ ଥର ବଳାତ୍କାର କରିଛନ୍ତି।

କରଲେ ଆହୁରି ମଧ୍ୟ କହିଛନ୍ତି ଯେ, ପୀଡିତା ଜଣକ ୩୩ ଯୁବକଙ୍କ ନାମରେ ଏତଲା ଦେଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଦୁଇ ନାବାଳକଙ୍କୁ ଗିରଫ କରାଯାଇଛି। ଝିଅଟିର ଅବସ୍ଥା ସୁସ୍ଥ ଥିବା କୁହାଯାଉଛି। ଏହି ଅପରାଧରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ପୋଲିସ୍ କହିଛି।

Leave a Reply

Your email address will not be published. Required fields are marked *