କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଜୟପାଟଣା ଥାନା ଅନ୍ତର୍ଗତ ତେନ୍ତୁଲିଖୁଣ୍ଟି ଗାଁରେ ଘଟିଛି ଏକ ଅଦ୍ଭୁତ ଘଟଣା । ବିବାହ ମଣ୍ଡପରୁ କନ୍ୟା ଫେରାର ହୋଇଗଲା ସେପଟେ ବର ଆସି ହାଜର । ଲୋକ ଲଜ୍ୟା ପାଇଁ ଉଭୟ ପରିବାର ଭିତରେ ଏକ ବୁଝାମଣା କରି କନ୍ୟାର ସାନ ଭଉଣୀଙ୍କୁ ବିବାହ କଲେ ବର । ମାତ୍ର ଶାଳୀ ଜଣକ ଦଶମ ଶ୍ରେଣୀ ଛାତ୍ରୀ । ବାଲ୍ୟ ବିବାହ ଅଭିଯୋଗରେ ବର ଓ କନ୍ୟା ପରିବାର ବିରୋଧରେ ଏବେ ଥାନାରେ ଏତଲା ।
ସୂଚନା ମୁତାବକ ଜଣେ ନାବାଳିକା ସହିତ ବିବାହ ହେଉଥିବା ଖବର ପାଇ ଜୟପାଟଣା CDPO ଏବଂ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରିଛି ଉଭୟ ବର ପକ୍ଷ ଏବଂ କନ୍ୟା ପରିବାର ଲୋକଙ୍କ ବିରୋଧରେ । ଏହାସହିତ କଲମପୁର ବ୍ଲକ୍ ତେନ୍ତୁଳିଖୁଣ୍ଟି ଗାଁରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛି ।

ତେବେ ଗତକାଲି ଜୟପାଟଣା ଥାନା ବଡ଼ କର୍ଲାକୋଟ ମାଲପଡ଼ା ଗାଁରେ ଏହି ଅଦ୍ଭୁତ ବିବାହଟି ସମ୍ପନ୍ନ ହୋଇଥିଲା ଯେଉଁଠି କନ୍ୟା ବଦଳେ ନାବାଳିକା ଶାଳୀ କନ୍ୟା ସାଜିଥିଲେ । କାରଣ ବିବାହ ବେଦୀରୁ କନ୍ୟା ଫେରାର ହୋଇଯାଇଥିଲେ । ବର୍ତ୍ତମାନ କିନ୍ତୁ ଉଭୟ କନ୍ୟା ପକ୍ଷ ଏବଂ ବର ପକ୍ଷ ହରଡ଼ଘଣାରେ ।