ଭାବି ଶାଳକକୁ ଚାପୁଡ଼ା ମାରିବାରୁ ବିବାହ ବେଦୀ ମଧ୍ୟରେ କନ୍ୟା କଲା କିଛି ଏଭଳି କାଣ୍ଡ ଯେ…

ସଂସ୍କାର : ବାହାଘର ପାଇଁ ଉତ୍ସବମୁଖର ଥିଲା ସମ୍ପୂର୍ଣ୍ଣ ପରିବେଶ। କିନ୍ତୁ ହଠାତ୍‌ ସବୁକିଛି ବଦଳିଗଲା। ବାହାଘର ରିସେପ୍ସନ୍‌ ଖୁସିରେ ନାଚଗୀତ ଚାଲୁଥିବା ବେଳେ ହଠାତ୍‌ ବର ତାଙ୍କ ଶାଳକଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ମାରିଥିଲେ। ଆଉ ତାପରେ ସବୁ ଦୃଶ୍ୟ ବଦଳିଗଲା। କେହି କିଛି ଭାବିବା ଆଗରୁ ବିବାହ ଦିନ ଅନ୍ୟ ଜଣଙ୍କୁ ବାହା ହୋଇଗଲେ କନ୍ୟା।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ତାମିଲନାଡୁ ରାଜ୍ୟରେ। ତାମିଲନାଡୁର କୁଣ୍ଡାଲୋର ଜିଲ୍ଲାରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍‌ ଈଣ୍ଡିଆର ରିପୋର୍ଟ ମୁତାବକ, ଉଭୟ ବର ଓ କନ୍ୟା ମଞ୍ଚ ଉପରେ ହାତ ଧରାଧରି ହୋଇ ନାଚୁଥିଲେ। ସେହି ସମୟରେ କନ୍ୟାର ସମ୍ପର୍କୀୟ ଭାଇ ଷ୍ଟେଜ୍‌ ଉପରକୁ ଚଢ଼ି ହଠାତ୍‌ ସେମାନଙ୍କ ହାତ ଧରି ନାଚିବାକୁ ଲାଗିଲେ।

ତେବେ ରିପୋର୍ଟରେ ଦର୍ଶାଯାଇଛି ଯେ, ନାଚିବା ବେଳେ ବରର କାନ୍ଧ ଉପରେ ହାତ ରଖି ଶାଳକ ନାଚିବାରୁ ବର ଚିଡ଼ିଯାଇ ଉଭୟ କନ୍ୟା ଓ ଶାଳକୁ ସେଠୁ ଧକ୍କା ମାରିଥିଲେ। ପରେ ଏ ଘଟଣାକୁ ନେଇ କନ୍ୟା ବିବାହ କରିବାକୁ ମନା କରିଦେଇଥିଲେ ଏବଂ କନ୍ୟାର ବାପା ମା ମଧ୍ୟ କନ୍ୟାର ନିଷ୍ପତ୍ତିକୁ ସ୍ୱୀକୃତି ଦେଇଥିଲେ।

ପରବର୍ତ୍ତୀ ସମୟରେ କନ୍ୟାକୁ ସମ୍ପର୍କୀୟଙ୍କ ମଧ୍ୟରୁ ଜଣେ ଭଲ ବରପାତ୍ର ମିଳିଥିଲା ଏବଂ ସେ ଆରାମରେ ନିର୍ଦ୍ଧାରିତ ତିଥି ଓ ସମୟରେ ବିବାହ ମଧ୍ୟ କରିଥିଲେ। ସୂଚନା ଥାଉକି, ବିବାହ ୨୦ ଜନୁଆରୀରେ ହେବାକୁ ଥିବା ବେଳେ ୧୯ ଜାନୁଆରୀରେ ବିବାହ ରିସେପ୍ସନ୍‌ ହେଉଥିଲା, ଏବଂ ରିସେପ୍‌ସନ୍‌ ଦିନ ହିଁ ଏଭଳି ଘଟଣା ଘଟିଥିଲା।

Leave a Reply

Your email address will not be published. Required fields are marked *