ସଂସ୍କାର : ପ୍ରେମ ବିବାହ କରି ସାତ ଜନ୍ମର ଦୁହେଁ ଦୁହିଁଙ୍କର ସାଥି ହେବେ ବୋଲି କଥା ହୋଇଥିଲେ ଦମ୍ପତି। କିନ୍ତୁ ବିବାହ ସରିବାର ବର୍ଷ କେଇଟାରେ ନିଜର ଅସଲ ରୂପ ଦେଖାଇ ଦେଲା ସ୍ୱାମୀ। ସ୍ତ୍ରୀର ବ୍ୟବହାରରେ ଅତିଷ୍ଠ ହୋଇ ସ୍ତ୍ରୀକୁ ଜୀବନରୁ ମାରିବାକୁ ପଛେଇଲାନି ସ୍ୱାମୀ। ଦିନେ ଭାବିଲା , ସବୁଦିନ ୟା ସହିତ କଳି ଲାଗିବା ଅପେକ୍ଷା ଗୋଟିଏ ଦିନ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବା ଠିକ ରହିବ। ଏଭଳି ଭାବି ସ୍ତ୍ରୀର ମୁହଁରେ ଗ୍ୟାସ୍ ପାଇପ୍ ଦେଇ ହତ୍ୟା କଲା ପ୍ରେମିକରୁ ସ୍ୱାମୀ ସାଜିଥିବା ବ୍ୟକ୍ତି। ଆଉ ସ୍ତ୍ରୀ ବଂଚିବା ପାଇଁ ଚିତ୍କାର କରୁଥିଲେ ବି ଶୁଣିଲା ନାହିଁ ସ୍ୱାମୀ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜ୍ୟର ମୁମ୍ବ୍ରାସ୍ଥିତ ଜୀବନବାଗ ଅଞ୍ଚଳରେ।
ସୂଚନା ଅନୁଯାୟୀ , ମଧ୍ୟପ୍ରଦେଶ ମୁମ୍ବ୍ରାସ୍ଥିତ ଜୀବନବାଗ ଅଞ୍ଚଳର ଶାହାନବାଜ ସୈଫୀ ଓ ସଦଫ ସୈଫୀ ୩ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହର କିଛି ମାସ ପରେ ଦୁହିଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ। ଦୁହିଙ୍କ ଗଣ୍ଡଗୋଳ ଚରମସୀମା ଲଙ୍ଘନ କରିଥିଲା। ସ୍ୱାମୀ ଭାବିଥିଲା ଯେ , ପ୍ରତିଦିନ କଳିଝଗଡା କରିବା ଅପେକ୍ଷା ଗୋଟିଏ ଦିନ ୟାକୁ ଜୀବନରୁ ମାରିଦେବି ବୋଲି ଯୋଜନା କରିଥିଲା ସ୍ୱାମୀ ଶାହାନବାଜ ସୈଫୀ।
ଆଉ ଯୋଜନା ଅନୁଯାୟୀ ଗତ ସେପ୍ଟେମ୍ବର ୧ ତାରିଖ ଦିନ ନିଜ ଧର୍ମପତ୍ନୀ ସଦଫ ସୈଫୀଙ୍କୁ ଗ୍ୟାସ୍ ପାଇପ୍ ଦ୍ୱାରା ମୃତ୍ୟୁ ଦେଲେ ଶାହାନବାଜ ସୈଫୀ। ଆଉ ଏହି କାଣ୍ଡ ଘଟାଇବା ପରେ ଫେରାର୍ ହେବାକୁ ରେଲୱେ ଷ୍ଟେସନରେ ବସିଥିଲେ ଶାହାନବାଜ। ନିଜର ୨ ବର୍ଷୀୟ ଝିଅକୁ ସାଙ୍ଗରେ ନେଇ ମୁରଦାବାଦ ଯିବାପାଇଁ ଟ୍ରେନକୁ ଅପେକ୍ଷା କରିଥିଲା ଅଭିଯୁକ୍ତ ଶାହାନବାଜ। ଆଉ ସେହି ସମୟରେ ପୋଲିସ୍ ଫୋନ ଟ୍ରାକ କରି ତାକୁ ଧରିବାରେ ସଫଳ ହୋଇଛି। ଇଟରସୀ ରେଲୱେ ଷ୍ଟେସନରୁ ଶାହାନବାଜ ଗିରଫ କରାଯାଇଛି।