ସଂସ୍କାର : ଦୁନିଆର ପ୍ରତ୍ୟେକ ମାତା ଅନେକ ବଳିଦାନ ଦେଇ ନିଜ ପିଲାମାନଙ୍କର ଯତ୍ନ ନିଅନ୍ତି। ସମସ୍ତ ଅସୁବିଧା ଥିଲେ ମଧ୍ୟ ସେ ଅଭିଯୋଗ କରନ୍ତି ନାହିଁ କିମ୍ବା କାହା ଉପରେ କ୍ରୋଧ କରନ୍ତି ନାହିଁ। ମଣିଷ ପରି ପଶୁ ଏବଂ ପକ୍ଷୀମାନେ ମଧ୍ୟ ନିଜ ପିଲାମାନଙ୍କ ସହିତ ଅତ୍ୟଧିକ ପ୍ରେମ ଭାବ ପ୍ରକଟ କରନ୍ତି ଏବଂ ଯେତେବେଳେ ଆବଶ୍ୟକ ହୁଏ, ସେମାନେ ମଧ୍ୟ ସେମାନଙ୍କର ଶତ୍ରୁମାନଙ୍କ ସହିତ ସଂଘର୍ଷ କରନ୍ତି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ୍ ହେଉଛି। ଆଉ ସେହି ଭିଡ଼ିଓରେ ଆଶ୍ଚର୍ୟ୍ଯ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଭିଡ଼ିଓରେ ଦେଖାଯାଇଛି ଯେ, ଗୋଟିଏ ଶିଶୁ କାଉକୁ ମାରିବାକୁ ଚେଷ୍ଟା କରୁଥିଲେ ଅନ୍ୟ ପକ୍ଷୀ ସମୂହ। ମାତ୍ର ଶିଶୁ କାଉର ମାଆ ସାମ୍ନାରେ ଅନ୍ୟ ପକ୍ଷୀମାନେ ହାର ମାନିଯାଇଛନ୍ତି।
ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ : –
ତେବେ ଏହି ଭିଡିଓକୁ ଜଣେ ଟ୍ୱିଟର ବ୍ୟବହାରକାରୀ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକି ଏପର୍ଯ୍ୟନ୍ତ ୫୦୦୦ ରୁ ଅଧିକ ଭ୍ୟୁ ପାଇଛି। ଏହା ବ୍ୟତୀତ ଏହି ଭିଡିଓଟିକୁ ୩୦୦ ଜଣ ଲୋକ ସେୟାର କରିଛନ୍ତି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ କିଛି ସ୍ଥାନରେ ଦୁଇଟି କାଉ ଏକ ଶିଶୁ କାଉ ଖୁମ୍ପିବାକୁ ଚେଷ୍ଟା କରୁଛନ୍ତି।
ଅନ୍ୟପଟେ ଶିଶୁ କାଉର ମାଆ କାଉ ତାର ଶିଶୁକୁ ପାଦ ତଳେ ସୁରକ୍ଷିତ ଭାବରେ ରଖିଛି। ତା’ପରେ ଶିଶୁ କାଉଟିକୁ ବଞ୍ଚାଇବା ପାଇଁ ମାଆ କାଉ ସେଠାରେ ଅନ୍ୟ କାଉମାନଙ୍କ ସହିତ ଝଗଡା କରନ୍ତି। ମାଆ କାଉର ଏହି ସାହସିକତା ଦେଖି ଆପଣମାନେ ନିଶ୍ଚିତ ଭାବରେ ମାତାର ସାହସକୁ ଅନୁଭବ କରିପାରିବେ ଯେ ଯେତେବେଳେ ପିଲାମାନଙ୍କ ଉପରେ ଅସୁବିଧା ଆସେ, ମା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଯାଏ।