ବିବାହ ପର ଦିନ ପ୍ରେମିକ ସଙ୍ଗେ ଫେରାର ହେଲା ନବବଧୂ, ସ୍ୱାମୀଙ୍କୁ ମନ୍ଦିର ବୁଲାଇ ନେଇ ନିର୍ଧୂମ ଛେଚିଲା..

ସଂସ୍କାର : ବିବାହର ଦିନଟିଏ ହୋଇନି ନବବଧୂ ଛାଡି ପଳାଇଲେ ପ୍ରେମିକ ସହ। ପରିବାରର ସହମତି ପରେ ବାହାଘର ଠିକ ହୋଇଥିଲା। ବୈଦିକ ରୀତି ଅନୁଯାଇ ବାହାଘର ମଧ୍ୟ ସଂପୂର୍ଣ୍ଣ ହେଲା। କିନ୍ତୁ ଏ ସବୁ ନାଟକ ଥିଲା। କାରଣ ପୁରୁଣା ପ୍ରେମକୁ ପତ୍ନୀ ଭୁଲିପାରୁନଥିଲେ। ଆଉ ବାହାଘର ସରିବାର ଗୋଟିଏ ଦିନ ପରେ ପ୍ରେମିକ ସହିତ ଫେରାର୍ ହୋଇଗଲେ ପତ୍ନୀ।

ମନ୍ଦିର ବୁଲାଇ ନିଅ କହି ସ୍ୱାମୀଙ୍କ ସହ ଯାଇଥିଲେ ସ୍ତ୍ରୀ। ମନ୍ଦିର ପାଖରେ ସ୍ୱାମୀଙ୍କୁ ବାଡେଇ ସ୍ତ୍ରୀ ଚାଲିଗଲେ ପ୍ରେମିକଙ୍କ ସହ। ଏଭଳି ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନା ଅଂଚଳରେ। ସ୍ୱାମୀଙ୍କ ଦୀର୍ଘାୟୁ କାମନା ପାଇଁ ଦୁଇଜଣ ଭଗବାନଙ୍କ ଦର୍ଶନ କରିବାକୁ ଚାହୁଁଥିଲେ , କିନ୍ତୁ ସେଠାର ଘଟଣା କିଛି ଅଲଗା ଥିଲା ।

ମନ୍ଦିର ପାଖରେ ଅପେକ୍ଷା କରିଥିଲେ ସ୍ତ୍ରୀ ର ପ୍ରେମିକ ଏବଂ ଝିଅର ପରିବାର ଲୋକେ। ସ୍ୱାମୀଙ୍କୁ ବାଡେଇ ସେ ଚାଲିଯାଇଥିଲେ ପ୍ରେମିକକୁ ନେଇକି। ପୁଅ ଘର ଲୋଙ୍କ ଅଭିଯୋଗ କରିଛନ୍ତି ଯେ ଘରୁ ଗଲାବେଳେ ସାଙ୍ଗରେ କିଛି ଗହଣା ,ଟଙ୍କା ନେଇ ଯାଇଥିବାର ଅଭିଯୋଗ କରିଛନ୍ତି। ଏହି ଘଟଣାର ଯଥାଶୀଘ୍ର ତଦନ୍ତ କରି ଝିଅକୁ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ପୁଅ ଘର ଲୋକେ।

Leave a Reply

Your email address will not be published. Required fields are marked *