ଦେଖନ୍ତୁ ଭିଡ଼ିଓ : ଗଛ ଉପରେ ଭୋକିଲା ଚିତାବାଘ ଆଉ ମାଙ୍କଡ ନିଜ ଜୀବନ ବଞ୍ଚାଇବାର ଖେଳ

ସଂସ୍କାର : ଭଗବାନ ସୃଷ୍ଟିରେ ସବୁଠାରୁ ଚତୁର ବନ୍ୟ ପ୍ରାଣୀ ହେଉଛି ବିଲୁଆ। ଯାହାକି ଆମେ ସମସ୍ତେ ଜାଣିଛେ। ମାତ୍ର ଆଉ ଏକ ବନ୍ୟ ପ୍ରାଣୀ ମଧ୍ୟ ବିଲୁଆ ସହ ସମକ୍ଷକ ରହିଛି। ତାର ନାମ ମାଙ୍କଡ଼। ହଁ ଆପଣ ଠିକ ପଢିଲେ । ଆମେ ଆଜି ଆପଣଙ୍କୁ ଏପରି ଏକ ଭାଇରଲ୍ ଭିଡ଼ିଓ ବିଷୟରେ କହିବାକୁ ଯାଉଛୁ , ଯାହାକୁ କି ଆପଣ ବି ଦେଖିଲେ କହିଲେ ସତରେ ମାଙ୍କଡ଼ଟି ବଡ଼ ଚତୁର।

ଭିଡ଼ିଓରେ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ଗୋଟିଏ ଚିତବାଘ ନିଜର ଖାଦ୍ୟ ଅନ୍ୟୁସେଣରେ ବାହାରି ଏକ ଗଛରେ ଥିବା ମାଙ୍କଡ଼କୁ ଦେଖିଥିଲା। ଏହା ପରେ ଚିତବାଘଟି ମାଙ୍କଡ଼ଟିକୁ ଶିକାର କରି ଯିବା ସମୟରେ ମାଙ୍କଡ଼ଟି ନିଜର ଜୀବନ ବଞ୍ଚାଇବା ପାଇଁ ଏପରି ଚତୁରତା ଦେଖାଇଲା ଯେ, ଚିତବାଘର ମୁଣ୍ଡ ଆଉ କାମ ଦେବା ବନ୍ଦ କରିଦେଲା।

ଗୋଟିଏ ପଟେ ଚତୁର ପ୍ରାଣୀ ତାଲିକାରେ ମାଙ୍କଡ଼ର ନାମ ବହୁତ ଉଚ୍ଚରେ ଆସୁଥିବା ବେଳେ, ଅନ୍ୟପଟେ ଚିତାବାଘର ନାମ ମଧ୍ୟ ଶକ୍ତିଶାଳୀ ଜୀବ ତାଲିକାରେ ବହୁତ ଉଚ୍ଚରେ ଆସିଥାଏ | କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ମାଙ୍କଡର ଚତୁରତାର ଚମତ୍କାରତାକୁ ପ୍ରଶଂସା କରାଯାଉଛି। ଆଉ ଏହି ସମାନ ଭିଡ଼ିଓରେ ଚିତାବାଘର ଶକ୍ତିକୁ ପରିହାସ କରାଯାଉଛି।

ଭିଡ଼ିଓରେ ଦେଖାଯାଉଛି ଯେ, ଯେତେବେଳେ ଚିତବାଘଟି ମାଙ୍କଡ଼କୁ ଶିକାର କରିବାକୁ ଆସୁଛି, ତାହା ଜାଣିପାରି ମାଙ୍କଡ଼ ସମାନ ଗଛର ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଡେଉଁଛି। ଆଉ ଶେଷରେ ଚିତବାଘ ହାଲିଆ ହୋଇଯାଉଛି।

ଦେଖନ୍ତୁ ଭିଡ଼ିଓ :-

Leave a Reply

Your email address will not be published. Required fields are marked *