ଓ୍ବିକେଟ୍ କିପିଂ କରୁଥିବା କୁକୁରର ଏଭଳି କ୍ୟାଚ୍ କୁ ଦେଖି ସଚିନ୍ ମଧ୍ୟ ହେଲେ ଆଶ୍ଚର୍ଯ୍ୟ, ସେୟାର କରି କହିଲେ ଏମିତି, ଦେଖନ୍ତୁ Video

ସଂସ୍କାର : ପଶୁମାନଙ୍କ ପ୍ରତି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରେମ ବହୁତ ନିବିଢ଼। ଏହିକ୍ରମରେ ସଚିନ ଗତ ସୋମବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଗୋଟିଏ କୁକୁର ପିଲାମାନଙ୍କ ସହ କ୍ରିକେଟ୍ ଖେଳୁଛି। ଆଉ ଏହି କୁକୁର ଏପରି କ୍ରିକେଟ୍ ଖେଳୁଛି ଯେ, ଯିଏ ବି ଦେଖିଲେ ତାଯୁବ ହୋଇଯିବ।

କାରଣ କ୍ରିକେଟ୍ ଖେଳିବାବେଳେ ଏହି ପୋଷା କୁକୁରଟି ଦୁଇ ପ୍ରକାରର ଦାୟିତ୍ବ ତୁଲାଉଛି। ପ୍ରଥମ ଦାୟିତ୍ୱଟି ହେଲା ୱିକେଟ୍ ପଛରେ କିପିଂ କରୁଛି ଏବଂ ଦ୍ୱିତୀୟ ଦାୟିତ୍ବଟି ହେଲା ବ୍ୟାଟ୍ସମ୍ୟାନ ସଟ୍ ମାରିବା ପରେ କୁକୁରଟି ନିଜେ ବଲ୍ ଖୋଜି ଆଣୁଛି। ଭିଡିଓରେ କୁକୁରଟି ଅତି ଚମତ୍କାର ଭାବରେ ତାର ପାଟିରେ ବଲ ଧରୁଛି। ତେବେ ସୋସିଆଲ ମିଡିଆରେ ସଚିନ ଏହି ପୋଷା କୁକୁରର ଭିଡ଼ିଓ ସେୟାର କରିବା ପରେ ସମସ୍ତ ୟୁଜର କୁକୁର ର କ୍ରିକେଟ କୌଶଳ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ତେବେ ସଚିନ ଏହି ଭିଡିଓ ସେୟାର କରିବା ସହିତ ଏହାର କ୍ୟାପସନ ଲେଖିଛନ୍ତି ଯେ, ଜଣେ ବନ୍ଧୁ ତାଙ୍କୁ ଏହି ଭିଡିଓ ପଠାଇଛନ୍ତି। ମୁଁ କହିବି ଯେ ପୋଷା କୁକୁରଟିର ଉତ୍ତମ କିପିଂ କୌଶଳ ଅଛି। ଏହା ସହିତ ସେ ଭଲ ଫିଲ୍ଡିଂ ବି କରିପାରୁଛି। ଆମେ ଅନେକ ୱିକେଟ୍ କିପର, ଫିଲ୍ଡର ଓ ଅଲରାଉଣ୍ଡର ମଧ୍ୟ ଦେଖିଥିବା ମାତ୍ର ଏହି ଭିଡିଓରେ ଥିବା ଓ୍ବିକେଟ୍ କିପର୍ ଟିକେ ନିଆରା।

ଯେହେତୁ ସଚିନ୍ ଏହି ଭିଡିଓକୁ ନିଜ ସୋସିଆଲ୍ ହ୍ୟାଣ୍ଡେଲରେ ସେୟାର କରିଛନ୍ତି, ସେବେଠାରୁ ଲୋକଙ୍କ ଭଲ ପ୍ରତିକ୍ରିୟା ଏହି ଭିଡ଼ିଓଟିକୁ ନେଇ କ୍ରମାଗତ ଭାବରେ ଆସୁଛି। ଆଉ ଏହି ଭିଡ଼ିଓଟିକୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଉର୍ଦ୍ଧ୍ବ ୟୁଜର ଦେଖିସାରିଲେଣି।

Leave a Reply

Your email address will not be published. Required fields are marked *