ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ୱାମୀ ; ଜାଣନ୍ତୁ କାରଣ…

ସଂସ୍କାର : ସାତ ଜନ୍ମର ସାଥି ହେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ଦମ୍ପତି। କିନ୍ତୁ ସ୍ୱାମୀ – ସ୍ତ୍ରୀଙ୍କର ସାମାନ୍ୟ କଳହ ଯୋଗୁଁ ସ୍ତ୍ରୀକୁ ହତ୍ୟା କଲା ପିଶାଚର ସ୍ୱାମୀ। ଏଭଳି ଏକ ସମ୍ବେଦନଶୀଳ ଅଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ପେଡାଗଡି ପଞ୍ଚାୟତ କରପଦା ଗ୍ରାମରେ ଏହି ଅଘଟଣ ଘଟିଛି। ଏଠାରେ ଜଣେ ସ୍ୱାମୀ ତାର ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଥିବା ପୋଲିସ୍ ନିକଟରେ ଅଭିଯୋଗ ହୋଇଛି। ତେବେ ମୃତକ ମହିଳା ଜଣକଙ୍କର ନାମ ହେଲା ଫୁଲ ହାଁସଦା। ତେବେ ଫୁଲଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ତାଙ୍କ ସ୍ବାମୀ କାହ୍ନୁ ହାଁସଦାଙ୍କୁ ଗିରଫ କରିଛି। ଏନେଇ ମୃତ ଫୁଲଙ୍କ ଭାଇ ପୂର୍ଣ୍ଣ ମାଝୀ ପୋଲିସ୍ ନିକଟରେ ଲିଖିତଆକାରରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୋଲିସ ମଧ୍ୟ କେସ୍ ନଂ.୨୬୦/୨୧ ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ବିଳମ୍ବିିତ ରାତିରେ କାହ୍ନୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଫୁଲଙ୍କୁ ଖାଇବାକୁ ମାଗିଥିଲେ। ଖାଇବାକୁ ଦେବାରେ ବିଳମ୍ବ ହେବାରୁ କାହ୍ନୁ ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଠେଙ୍ଗାରେ ନିସ୍ତୁକ ମାଡ଼ ମାରି ଚାଲିଯାଇଥିଲେ। ତେବେ ଠେଙ୍ଗାଟି ଫୁଲଙ୍କର ମୁଣ୍ଡରେ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୁଣ୍ଡରୁ ରକ୍ତଶ୍ରାବ କାରଣରୁ ଫୁଲଙ୍କର ମୃତ୍ୟୁ ହୋଇଛି। ତେବେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିବା ବେଳେ ପୋଲିସ ଅଭିଯୁକ୍ତ କାହ୍ନୁଙ୍କୁ ମଧ୍ୟ ଗିରଫ କରି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *