ଝିଅର ବେଷ୍ଟ ଫ୍ରେଣ୍ଡ ସହିତ ବାପା ରଖିଥିଲା ପାପ ସମ୍ପର୍କ; ଜାଣିଦେଲା ଝିଅ , ତାପରେ

ସଂସ୍କାର : ଝିଅର ଘନିଷ୍ଟ ସାଙ୍ଗ ସହିତ ବାପା ରଖିଥିଲା ପାପ ସମ୍ପର୍କ। ଆଉ ଏହି ସମ୍ପର୍କ ଆରମ୍ଭ କରିଥିଲା ନିଜେ ଝିଅର ବେଷ୍ଟ ଫ୍ରେଣ୍ଡ। ବାପା ଆଉ ବେଷ୍ଟ ଫ୍ରେଣ୍ଡଙ୍କୁ ରେଡ୍ ହେଣ୍ଡ ଧରିଲା ବାପାର ଅଲିଅଳି ଝିଅ। ବିବାହିତ ପୁରୁଷଙ୍କ ଅନୈତିକ ସମ୍ପର୍କ ଯୋଗୁଁ ପରିବାରରେ କଳହ ସୃଷ୍ଟି ହୋଇଥାଏ ଏହା ତ ଆପଣ ଶୁଣିଥିବେ। କିନ୍ତୁ ବିବାହିତ ପୁରୁଷ ଯେ, ନିଜ ଜନ୍ମ କଲା ଝିଅର ବେଷ୍ଟ ଫ୍ରେଣ୍ଡ ସହିତ ପାପ ସମ୍ପର୍କ ରଖିବ, କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ।

ଏହିଭଳି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି। ବ୍ରିଟେନର ଏକ ସହରରେ ରହୁଥିବା ଜଣେ ଯୁବତୀ ନିଜ ବାପାଙ୍କ କଳା କାରନାମାର ପର୍ଦାଫାଶ କରିଛନ୍ତି। କିଭଳି ନିଜ ଘନିଷ୍ଠ ବନ୍ଧୁ ସହ ତାଙ୍କ ବାପାଙ୍କ ଅନୈତିକ ସମ୍ପର୍କ ରଖିଥିଲେ ସେ ପୋଲିସ୍ ଆଗରେ ବର୍ଣ୍ଣନା କରିଛନ୍ତି। ଝିଅ ଜଣକ କାନ୍ଦି କାନ୍ଦି ପୋଲିସ୍ ଆଗରେ ସବୁ ସତ କଥା କହିଛି।

ମାମଲା ବ୍ରିଟେନର ଏକ ସହରର। ଦ ମିରରର ଏକ ରିପୋର୍ଟ ଅନୁଯାୟୀ, ଯୁବତୀଙ୍କ ନାଁ ଡାୟନା। ତାଙ୍କ ପରିବାର ଏକ ରେସ୍ତୋରାଁ ଚଳାନ୍ତି। ସେହି ରେସ୍ତୋରାଁରେ ଯୁବତୀଙ୍କ ଘନିଷ୍ଠ ବନ୍ଧୁ ମଧ୍ୟ କାମ କରନ୍ତି। ରେସ୍ତୋରାଁର ମାଲିକ ହେଉଛନ୍ତି ଡାୟନାଙ୍କ ବାପା-ମା’। ରେସ୍ତୋରାଁରେ ଡାୟନାଙ୍କ ସାଙ୍ଗଙ୍କ ଛଡା ଆହୁରି ଅନେକ ଯୁବକ ଯୁବତୀ କାମ କରନ୍ତି କିନ୍ତୁ ତାଙ୍କ ବେଷ୍ଟ ଫ୍ରେଣ୍ଡ ଓ ତାଙ୍କ ବାପା କିଭଳି ପରସ୍ପରର ଏତେ ନିକଟତର ହୋଇଗଲେ ସେ ଜାଣିପାରିନଥିଲେ।

ଘଟଣା ସମ୍ପର୍କରେ ଡାୟନା ନିଜ ସୋସିଆଲ ମିଡ଼ିଆରେ ଆକାଉଣ୍ଟରେ ସେୟାର କରିଛନ୍ତି। ସେ କହିଛନ୍ତି ଯେ ଦୁହେଁ ପରସ୍ପରକୁ ପ୍ରେମ କରୁଥିଲେ। ଦୁହିଁଙ୍କ ମଧ୍ୟରେ ବୟସ ଅନ୍ତର ମଧ୍ୟ ବହୁତ ଅଧିକ ଥିଲା। ଡାୟନାଙ୍କ ମା’ ଜାଣିଥିଲେ ଯେ ତାଙ୍କ ସ୍ୱାମୀଙ୍କ ଆଉ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଅଛି। କିନ୍ତୁ ସେ ଜାଣିନଥିଲେ ସେ ତାଙ୍କ ଝିଅର ସାଙ୍ଗ। ଶେଷରେ ଡାୟନା ମା’ ତାଙ୍କ ସ୍ୱାମୀଠୁ ଛାଡପତ୍ର ନେଇଗଲେ। ଡାୟନାଙ୍କ ବାପା-ମା’ ପରସ୍ପର ସହ ବହୁତ କମ କଥାବାର୍ତ୍ତା କରୁଥିଲେ। ଡାୟନାଙ୍କ ସାଙ୍ଗ ପାଠ ପଢୁଥିଲେ ଓ କିଛି ସମୟ ବାହାର କରି ରେସ୍ତୋରାଁରେ କାମ କରୁଥିଲେ। ଅନ୍ୟପଟେ ଡାୟନା ମଧ୍ୟ ବିବାହିତ ଥିବା ବେଳେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ତାଙ୍କ ବେଷ୍ଟ ଫ୍ରେଣ୍ଡ ହାସଲ କରିବାକୁ ଚାହୁଁଥିଲା। କିନ୍ତୁ ହୋଇପାରିଲା ନାହିଁ।

Leave a Reply

Your email address will not be published. Required fields are marked *