ବୋହୂକୁ ନେଇ ଶ୍ୱଶୁର ହୋଇଥିଲା ଫେରାର୍ ; ଦୁଇ ବର୍ଷ ପରେ ଆସିଲେ ଘରକୁ, ସାଥିରେ ଥିଲା ଗୋଟିଏ ଶିଶୁ

ସଂସ୍କାର : ବୋହୂକୁ ନେଇ ଶ୍ୱଶୁର ହୋଇଥିଲା ଫେରାର୍। ନିଜ ପୁଅର ସ୍ତ୍ରୀକୁ ମନ ଦେଇ ବସିଥିଲା ଶ୍ୱଶୁର। ଆଉ ବୋହୂ ମଧ୍ୟ ଶ୍ୱଶୁରକୁ କହିଥିଲା ” ଆଇ ଲଭ୍ ୟୁ “। ଆଉ ଦୁହେଁ ଦୁହିଁଙ୍କୁ ମନ ଦେବା ପରେ ହୋଇଥିଲେ ଫେରାର୍। ନିଜ ପୁଅ ସହିତ ଗଣ୍ଡଗୋଳ କରି ରାତିଅଧରେ ବୋହୂକୁ ନେଇ ଫେରାର୍ ହୋଇଥିଲା ରସିକିଆ ଶ୍ୱଶୁର। ଆଉ ଫେରାର୍ ହେବାର ଦୁଇ ବର୍ଷ ପରେ ଶ୍ୱଶୁର-ବୋହୂ ଆସିଥିଲେ ଘରକୁ, ଆଉ ସାଙ୍ଗରେ ଆଣିଥିଲେ ଏକ ଶିଶୁ ପୁତ୍ର । ଏଭଳି ଏକ ସମ୍ବେଦନଶୀଳ ତଥା ଆଶ୍ଚର୍ଯ୍ୟ ଚକିତ ଘଟଣା ସାମ୍ନାକୁ ଆସିଛି ଲକ୍ଷ୍ନୌରୁ।

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌସ୍ଥିତ ବଦାୟୁ ଗ୍ରାମରୁ ଏଭଳି ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ବର୍ତ୍ତମାନ ସେହି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଏଠାରେ ଜଣେ ଶ୍ୱଶୁରକୁ ତାର ବୋହୁ ଏତେ ପସନ୍ଦ ଆସିଲା ଯେ, ତାକୁ ନେଇ ଦୁଇ ବର୍ଷ ପୂର୍ବେ ଫେରାର୍ ହୋଇଯାଇଥିଲା। ଏଥିରେ ବୋହୂର ବି ସହମତି ରହିଥିଲା। ଆଉ ଫେରାର୍ ହେବାର ଅନେକ ବର୍ଷ ପରେ ଗୋଟିଏ ଦୁଇ ବର୍ଷର ଛୁଆକୁ ନେଇ ଦୁହେଁ ଘରକୁ ଫେରିଛନ୍ତି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ମହିଳାଙ୍କ ବିବାହ ୨୦୧୬ ମସିହାରେ ହୋଇଥିବା ବେଳେ ସେ ସମୟରେ ସେ ନାବାଳିକା ଥିଲେ। ବିବାହ କରି ଆସିବା ପରେ ଶ୍ୱଶୁର ନିଜ ବୋହୂକୁ ମନ ଦେଇ ବସିଥିଲେ। ବୋହୂର ଯୌବନରେ ଶ୍ୱଶୁର ମୁଗ୍ଧ ହୋଇଯାଇଥିଲେ। କାଳକ୍ରମେ ବୋହୂଜଣକ ଶ୍ୱଶୁରଙ୍କ ଆଡ଼କୁ ଢ଼ଳିବାରେ ଲାଗିଥିଲେ । ଏମିତି କିଛି ଦିନ ବିିତିବାପରେ ଉଭୟ ଶ୍ୱଶୁର ବୋହୁ ବିବାହ କରିବା ନେଇ ନିଷ୍ପତି ନେଲେ । ତେଣୁ ସ୍ୱାମୀଙ୍କ ଠାରୁ ମହିଳା ଜଣକ ଛାଡପତ୍ର ନେଇଥିଲେ ଓ ନିଜ ଇଚ୍ଛାରେ ଶ୍ୱଶୁରଙ୍କ ସହିତ ବିବାହ କଲେ । ଶ୍ୱଶୁରଙ୍କ ବୟସ ୫୦ ବର୍ଷ ହୋଇଥିବା ଜଣାପଡ଼ିଛି । ତେବେ ବିବାହର ଅନେକ ବର୍ଷ ପରେ ସେମାନେ ଗୋଟିଏ ଦୁଇ ବର୍ଷର ଛୁଆକୁ ନେଇ ଘରକୁ ଫେରିଥିଲେ।

Leave a Reply

Your email address will not be published. Required fields are marked *