ଯୁବକଙ୍କର ପ୍ରାଇଭେଟ ପାର୍ଟ କାଟି ଦେଲେ ଶଶୁର ଘରଲୋକେ, ହେଲେ କାହିଁକି ? ଜାଣନ୍ତୁ କାରଣ…

ସଂସ୍କାର : ଜ୍ୱାଇଁକୁ ଆକ୍ରମଣ କଲେ ଶଶୁରଘର। ଆକ୍ରମଣ ଏତେ ଭୟଙ୍କର ରହିଛି ଯେ, ବର୍ତ୍ତମାନ ଜ୍ୱାଇଁ ମରଣ ସହିତ ସଂଗ୍ରାମ କରୁଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ନିଜ ଝିଅର ମଥାର ସିନ୍ଦୁର ପୋଛିବାକୁ ବସିଛନ୍ତି ପରିବାର ଲୋକେ। ଜ୍ୱାଇଁର ପ୍ରାଇଭେଟ ପାର୍ଟ କାଟିଦେଲେ ଶଶୁର ଘର ଲୋକେ। ଆଉ ଜ୍ୱାଇଁ ଜଣକ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଉ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଦେଶର ରାଜଧାନୀରେ।

ପ୍ରେମ ବିବାହର କରୁଣ ପରିଣିତି। ପରିବାର ଲୋକଙ୍କ ସହମତି ବିନା ଘରୁ ଫେରାର୍ ହୋଇ ବିବାହ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବତୀଙ୍କର ପରିବାର ଲୋକେ ଅତିଷ୍ଠ ହୋଇ ଯୁବକଙ୍କୁ ଅପହରଣ କରି ଜଙ୍ଗଲରେ ଖୁବ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଯୁବତୀଙ୍କର ପରିବାର ଲୋକେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ ମଧ୍ୟ କାଟି ଅଚେତ୍ ଅବସ୍ଥାରେ ଫୋପାଡ଼ି ଫେରାର୍ ହୋଇଯାଇଥିଲେ। ଏହିଭଳି ଏକ ଘଟଣା ଘଟିଛି ରାଜୌରୀ ଗାର୍ଡେନ ଅଞ୍ଚଳରେ। ତେବେ ବିଳମ୍ବିତ ରାତିରେ ପୋଲିସ୍ କୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା ।

ଯୁବକଙ୍କୁ ବର୍ତ୍ତମାନ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଖୁବ୍ ଶୋଚନୀୟ ରହିଛି । ପୋଲିସ୍ ଏବେ ହତ୍ୟା କରିବାକୁ ଚେଷ୍ଟା କରିଥିବା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

Leave a Reply

Your email address will not be published. Required fields are marked *