ଦେଶରେ ସାମ୍ନାକୁ ଆସିଲା ୟେଲୋ ଫଙ୍ଗସ୍‌ ର ପ୍ରଥମ ମାମଲା, ବ୍ଲାକ୍ ଏବଂ ହ୍ବାଇଟ୍‌ ଫଙ୍ଗସ୍ ଠାରୁ ଅଧିକ ଭୟଙ୍କର

The first case of yellow fungus was reported in Ghaziabad

ନୂଆଦିଲ୍ଲୀ : କୋଭିଡ -19 ର ଦ୍ୱିତୀୟ ତରଙ୍ଗ ରେ ବ୍ଲାକ୍ ଫଙ୍ଗସ୍ ଏବଂ ହ୍ବାଇଟ୍‌ ଫଙ୍ଗସ୍ ଦ୍ୱାରା ସମଗ୍ର ଦେଶ ପୂର୍ବରୁ ଜଡିତ ଥିବା ବେଳେ ବର୍ତମାନ ୟେଲୋ ଫଙ୍ଗସ୍ ମଧ୍ୟ ଦେଶର ଉତ୍ତରପ୍ରଦେଶର ଗାଜିଆବାଦରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ୟେଲୋ ଫଙ୍ଗସ୍‌ ର ପ୍ରଥମ ମାମଲା ଉତ୍ତରପ୍ରଦେଶର ଗାଜିଆବାଦରେ ରିପୋର୍ଟ ହୋଇଛି। ୟେଲୋ ଫଙ୍ଗସର ଶିକାର ହୋଇଥିବା ଏହି ରୋଗୀ ବର୍ତ୍ତମାନ ଗାଜିଆବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗାଜିଆବାଦର ଯେଉଁ ହସ୍ପିଟାଲରୁ ଏହି ମାମଲା ମିଳିଛି ସେଠାରେ ପୂର୍ବରୁ 7 ଜଣ ହ୍ବାଇଟ ଫଙ୍ଗସ୍‌ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଗାଜିଆବାଦର ସଞ୍ଜୟ ନଗରର ଜଣେ ବାସିନ୍ଦାଙ୍କ ଶରୀରରେ ୩ ପ୍ରକାର ଫଙ୍ଗସ୍‌ ମିଳିଥିବା ବେଳେ ଏବେ ବରିଷ୍ଠ ଇଏନଟି ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି।

ୟେଲୋ ଫୁଙ୍ଗସ୍ ର ଲକ୍ଷଣ

ଡାକ୍ତର କହିବା ଅନୁଯାୟୀ ୟେଲୋ ଫଙ୍ଗସ୍ ରୋଗୀଙ୍କ ପ୍ରାରମ୍ଭିକ ଲକ୍ଷଣ ହେଉଛି ଯେପରିକି ସୁସ୍ତୀୟା ବା ସାଧାରଣ ଅସୁସ୍ଥ ଲାଗିବା, ଭୋକ ନ ହେବା କିମ୍ବା ଜମାରୁ ଭୋକ ନ ଲାଗିବା। ଏହା ସହିତ ରୋଗୀର ଓଜନ ମଧ୍ୟ କମିବା ଆରମ୍ଭ କରେ । ଏଥି ସହିତ, ଗୁରୁତର ପରିସ୍ଥିତିରେ କ୍ଷତଗୁଡ଼ିକର ଧୀରେ ଧୀରେ ଆରୋଗ୍ୟ ହୁଏ ବା ଘା ଶୁଖିବା ଧିମା ପଡ଼ିବା, ପୁଷ୍ଟିହୀନତା, ଅଙ୍ଗଗୁଡ଼ିକର କାର୍ଯ୍ୟ ବନ୍ଦ ହେବା ବା ଅଙ୍ଗ ବିଫଳତା ଭଳି ପରିସ୍ଥିତି ଉପୁଜେ। ଏହାର ରୋଗୀ ର ଆଖି ମଧ୍ୟ ଭିତରକୁ ପଶିଯାଇ ଥାଏ ।

ଅନ୍ୟ ଦୁଇଟି ଅପେକ୍ଷା ଏହା ଅଧିକ ବିପଜ୍ଜନକ।

କୁହାଯାଉଛି ଯେ ଏହି ୟେଲୋ ଫଙ୍ଗସ୍ ବାକି ଅର୍ଥାତ୍ ବ୍ଲାକ୍ ଫଙ୍ଗସ୍ ଏବଂ ହ୍ବାଇଟ୍‌ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ କାରଣ ଏହି ମାରାତ୍ମକ ରୋଗ ଶରୀର ଭିତରେ ଆରମ୍ଭ ହୁଏ ଏବଂ ବହୁ ଦିନ ପରେ ଏହାର ଲକ୍ଷଣ ବାହାରେ ଦେଖାଯାଏ । ଏପରି ପରିସ୍ଥିତିରେ ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଚିକିତ୍ସା ଆରମ୍ଭ କରନ୍ତୁ।

ୟେଲୋ ଫଙ୍ଗସ୍ ହେବାର କାରଣ ।

ଅନ୍ୟ ଦୁଇଟି ଫଙ୍ଗସ୍ ପରି, ୟେଲୋ ଫଙ୍ଗସ୍ ସଂକ୍ରମଣର କାରଣ ମଧ୍ୟ ମଇଳା ଏବଂ ଆର୍ଦ୍ରତା । ତେଣୁ ଆପଣଙ୍କ ଘର ଭିତରେ ଏବଂ ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ଜୀବାଣୁ ଏବଂ ଫଙ୍ଗସ୍ ବିକଶିତ ନହେବା ପାଇଁ ଯଥା ଶୀଘ୍ର ପୁରୁଣା ଖାଦ୍ୟ ବାହାର କରୀ ଦିଅନ୍ତୁ। ଏହା ବ୍ୟତୀତ ଘରର ଆର୍ଦ୍ରତା ଯୋଗୁଁ ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ ମଧ୍ୟ ବଢିଥାଏ। ଘରେ ଆର୍ଦ୍ରତା ମାପିବା ଜାରି ରଖନ୍ତୁ ଏବଂ ଏହାକୁ 30% ରୁ 40% ରୁ ଅଧିକ ହେବାକୁ ଦିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *