ସଂସ୍କାର : ଜୀବନରେ ନିଜର ସମୃଦ୍ଧି ଏବଂ ଅର୍ଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ବର୍ଷ ଏହି ଦୁଇଟି ଜିନିଷରେ କିଛି ରାଶିର ଭାଗ୍ୟ ବଦଳିବ। ରାଶିଚକ୍ରର ୧୨ ଟି ରାଶି ମଧ୍ଯରୁ ୪ ଟି ରାଶିର କ୍ୟାରିଅର୍ ୨୦୨୨ ମସିହାରେ ସମ୍ପୂର୍ଣ୍ଣ ରୂପେ ବଦଳିବ। ବର୍ଷସାରା ଏମାନଙ୍କୁ ଅନେକ ସୁଯୋଗ ମିଳିବ। କରୋନା କାରଣରୁ ୨ବର୍ଷ ଧରି ଚାକିରୀ ପାଇଁ ଚିନ୍ତିତ ଥିବା ଲୋକମାନେ ନୂଆ ବର୍ଷରୁ ନୂଆ ଚାକିରୀ ଆରମ୍ଭ କରିବା ପାଇଁ ବହୁତ କିଛି ଆଶା କରିସାରିଲେଣି। ଗୋଟିଏ ପଟେ କିଛି ବ୍ୟକ୍ତି ନୂଆ ବର୍ଷରୁ ନୂଆ ଚାକିରି କରିବାକୁ ଅପେକ୍ଷା କରିଥିବା ବେଳେ ଅନ୍ୟ କିଛି ଲୋକ ନିଜର ପୁରୁଣା ଚାକିରି ବଦଳାଇବାକୁ ଅପେକ୍ଷା କରିଛନ୍ତି। ଆଉ ଅନେକ ଲୋକ ପଦୋନ୍ନତି ପାଇବାକୁ ଅପେକ୍ଷା କରିଛନ୍ତି। ମୋଟ ଉପରେ ୨୦୨୨ ରେ ଅନେକ ଲୋକଙ୍କର କ୍ୟାରିଅରକୁ ନେଇ ବହୁତ ଆଶା ଅଛି ଏବଂ ଏହି ୪ ଟି ରାଶିର ଲୋକଙ୍କ ପାଇଁ ୨୦୨୨ ବର୍ଷଟି ବହୁତ ଭଲ ହେବାକୁ ଯାଉଛି। ତେବେ ୨୦୨୨ ମସିହାରେ କେଉଁ କେଉଁ ରାଶିର ବ୍ୟକ୍ତି ବିଶେଷଙ୍କ କ୍ୟାରିଅର୍ ଉଜ୍ଜ୍ୱଳ ହେବାକୁ ଯାଉଛି ଆସନ୍ତୁ ଜାଣିବା।
୧) ବୃଷ : ୨୦୨୨ ବର୍ଷ ବୃଷ ରାଶିର ଲୋକଙ୍କ କ୍ୟାରିୟର ପାଇଁ ଏକ ଉତ୍ସାହ ଭରା ରହିବ। କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ବଡ଼ ସୁଯୋଗ ମିଳିବ, ଯାହା ସେମାନଙ୍କ ଭାଗ୍ୟ ଖୋଲିବ। ସାକ୍ଷାତକାର-ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣ ସଫଳତା ପାଇବେ। ବେକାର ହୋଇ ବୁଲୁଥିବା ଯୁବକ ଓ ଯୁବତୀମାନେ ଚାକିରି ପାଇବେ। ଯଦି ଚାକିରୀ କରୁଛନ୍ତି ତେବେ ଆପଣ ପଦୋନ୍ନତି ପାଇବେ। ମୋଟ ଉପରେ ୨୦୨୨ ବର୍ଷ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ରହିବ।
୨)କର୍କଟ : କର୍କଟ ରାଶିର ଲୋକଙ୍କୁ କ୍ୟାରିୟର ଦୃଷ୍ଟିରୁ ୨୦୨୨ ବର୍ଷ ଆରମ୍ଭରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ, କିନ୍ତୁ ବର୍ଷର ମଧ୍ୟକ୍ରମରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ସରକାରୀ ଚାକିରି ଚାହୁଁଥିବା ଲୋକଙ୍କ ସ୍ୱପ୍ନ ୨୦୨୨ ବର୍ଷରେ ପୂରଣ ହେବ। ଏହି ରାଶିର ବ୍ୟକ୍ତି ଯଦି ବ୍ୟବସାୟ କରୁଥାନ୍ତି ତେବେ, ବ୍ୟବସାୟରେ ଲାଭ ହିଁ ଲାଭ ମିଳିବ। ଆପଣଙ୍କ ଆୟରେ ବୃଦ୍ଧି ଦେଖାଦେବ।
୩) ଧନୁ : ଧନୁ ରାଶିର ଲୋକମାନେ ମଧ୍ୟ ଚାକିରି ଏବଂ ବୃତ୍ତିରେ ବହୁତ ଲାଭ କରିବେ। ଦୀର୍ଘ ସମୟ ଧରି ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ଏହି ବର୍ଷ ସଫଳତା ପାଇବେ। ସେମାନଙ୍କୁ ଏକ ବଡ ପଦବୀ ମିଳିପାରେ। ବ୍ୟବସାୟରେ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିବା ଲୋକମାନେ ମଧ୍ୟ ସଫଳତା ପାଇବେ। ବିଶେଷକରି ବର୍ଷର ଶେଷ ତ୍ରୟମାସିକ ବହୁତ ଶୁଭ ଫଳ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ମିଳିବ।
୪) କୁମ୍ଭ : ଏହି ରାଶି ର ଲୋକମାନେ ୨୦୨୨ ବର୍ଷ ରେ ସେମାନଙ୍କ କ୍ୟାରିଅରରେ ଅତୁଳନୀୟ ଲାଭ ପାଇବେ। ଆହୁରି ମଧ୍ୟ ସେମାନଙ୍କର ଆୟ ବହୁତ ବୃଦ୍ଧି ପାଇବ। ଏଥି ସହିତ ବ୍ୟବସାୟୀମାନେ ମଧ୍ୟ ଲାଭରେ ପୋତି ହୋଇଯିବେ। ମୋଟ ଉପରେ ୨୦୨୨ ବର୍ଷରେ ଆପଣଙ୍କ କ୍ୟାରିୟର ବହୁତ ଶୁଭ ଫଳପ୍ରଦ ହେବ।