ସଂସ୍କାର: ଫୋନ୍ କଲ୍ ଯୋଗେ ସାଙ୍ଗକୁ ବେଳାଭୂମି ବୁଲି ଯିବେ ବୋଲି ଡାକିଲା ସାଙ୍ଗ। ସାଙ୍ଗ ହୋଇ ଘରୁ ମଧ୍ୟ ଅଟୋ ରେ ବସାଇ ବେଳାଭୂମି ବୁଲିବାକୁ ଗଲେ ଉଭୟେ। ସାଙ୍ଗ ହୋଇ ସମୁଦ୍ରରେ ଗାଧେଇଲେ । ପରେ ନୃଶଂସ ସାଙ୍ଗ ପୂର୍ବ ଯୋଜନା ଅନୁଯାୟୀ ଚାପଡରେ ହାଣିଲା ସାଙ୍ଗର ଯୌନାଙ୍ଗ କୁ। ବର୍ତ୍ତମାନ ସାଙ୍ଗ କଟକ ବଡ଼ମେଡ଼ିକାଲ ରେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଡାକି ନେଇଥିବା ସାଙ୍ଗ ଫେରାର ଅଛି।
ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜନଗର ଥାନା ଅଞ୍ଚଳରେ । ସୂଚନାରୁ ପ୍ରକାଶ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଙ୍କେଶ୍ୱର ଅଞ୍ଚଳର ଅକ୍ଷୟ ରାଉତ ଗତ ବୁଧବାର ଦିନ ସକାଳ 10 ଘଟିକା ସମୟରେ ଅଟୋ ଯୋଗେ ଆସି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପାଟଣା ଗାଁ ର 33 ବର୍ଷୀୟ ଭାଗବତ ଦାସଙ୍କ ନିକଟରେ ପହଂଚି ସାଙ୍ଗ ହୋଇ ପେଣ୍ଠ ବୁଲିବାକୁ ଡାକି ନେଇ ଯାଇଥିଲେ ।
ପେଣ୍ଠରେ ପହଂଚିବା ପରେ ୨ଜଣ ସାଙ୍ଗ ହୋଇ ବୁଲିବା ସହ ସାଙ୍ଗରେ ନେଇଥିବା ଖାଦ୍ୟ ଖାଇଥିଲେ।ଖାଦ୍ୟଖାଇବା ପରେ ଭାଗବତ ବିଶ୍ରାମ ନେଉଥିବା ବେଳେ ଅକ୍ଷୟ ପୂର୍ବଯୋଜନା ଭାବେ ଭୁଜାଲି ସାହାଯ୍ୟରେ ଭାଗବତର ଯୌନାଙ୍ଗକୁ ହାଣି ଫେରାର ହୋଇଯାଇଥିଲେ ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାଗବତ ତାଙ୍କ ଘରକୁ ଫୋନ କରିଥିଲେ ଏବଂ ସ୍ଥାନୀୟ ଗ୍ରାମବାସୀ ଭାଗବତକୁ ଉଦ୍ଧାର କରି ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତିକରିଥିଲେ। ଅବସ୍ଥା ସଂକଟପର୍ଣ୍ଣ ଥିବାରୁ ଭାଗବତକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଉଭୟଙ୍କ ମଧ୍ୟରେ ସାମଲିଙ୍ଗୀ ପ୍ରେମ ସମ୍ପର୍କ ଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।