ଗିରଫ ହେଲେ BJP ନେତାଙ୍କ ଶଳା , ୨୧ ଦିନ ଧରି ଜଣେ ଯୁବତୀଙ୍କୁ କରିଥିଲେ ଗଣଦୁଷ୍କର୍ମ, ଜାଣନ୍ତୁ ମାମଲା କଣ ଥିଲା…

ସଂସ୍କାର : ମଧ୍ୟପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ବିବାହର ତିନି ଦିନ ପୂର୍ବରୁ ଜଣେ ପ୍ରାଧାନ୍ୟବାଦୀ ନେତା ଅପହରଣ କରି ନେଇଥିଲେ। ଯୁବତୀଙ୍କୁ ନେତା ଜଣଙ୍କ ନିଜର ଶଳା ସାହାଯ୍ୟରେ ଅପହରଣ କରିବା ପରେ ୨୧ ଦିନ ଧରି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଯୁବତୀଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗରେ ବିଜେପି ନେତା ଓ ତାଙ୍କ ଶଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଉ ପୋଲିସ ଘଟଣାକୁ ପ୍ରାଥମିକତା ଦେଇ ପ୍ରାଧାନ୍ୟବାଦୀ ନେତାଙ୍କର ଶଳାକୁ ଗିରଫ କରିଛି। ତେବେ ଏହି ସମ୍ବେଦନଶୀଳ ଘଟଣା ମଧ୍ୟପ୍ରଦେଶର ସିଙ୍ଗରୋଲୀ ଜିଲ୍ଲାରେ ଘଟିଛି।

ଯୁବତୀଙ୍କୁ ବିବାହ ପୂର୍ବରୁ କଲେ ଅପହରଣ, ୨୧ ଦିନ ଧରି କଲେ ଦୁଷ୍କର୍ମ । ଆଉ ଏବେ ଏହି ମାମଲାରେ ଗିରଫ ହେଲେ ବିଜେପି ନେତାଙ୍କ ଶଳା । ମଧ୍ୟପ୍ରଦେଶର ସିଙ୍ଗରୋଲୀ ଜିଲ୍ଲା ପୋଲିସ ବିଜେପି ସରାୟ ମଣ୍ଡଳ ଅଧ୍ୟକ୍ଷ କୋମଳ ଗୁପ୍ତା ଏବଂ ତାଙ୍କ ସଳା ଧର୍ମେନ୍ଦ୍ର ଗୁପ୍ତାଙ୍କ ବିରୋଧରେ ବଳତ୍କାର ଏବଂ ଅପହରଣ ମାମଲା ରୁଜୁ ହୋଇଛି । ପୋଲିସର କହିବା ଅନୁଯାୟୀ ଅଭିଯୁକ୍ତ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ବିବାହ ୩୦ ଜାନୁଆରୀରେ ହେବାର ଥିଲା। କିନ୍ତୁ ବିବାହର ତିନିଦିନ ପୂର୍ବରୁ ଅର୍ଥାତ ୨୭ ଜାନୁଆରୀରେ ଯୁବତୀଙ୍କର ଘର ସାମ୍ନାରୁ ତାଙ୍କୁ ଅପହରଣ କରାଯାଇଥିଲା।

ଯୁବତୀଙ୍କ ପରିବାର ଲୋକ ଘଟଣା ଦିନ ଥାନାରେ ମାମଲା ରୁଜୁ କରିଥିଲେ ଏବଂ ୧୯ ଫେବୃଆରୀରେ ବାଲାଘାଟରୁ ଉଦ୍ଧାର କରିଛନ୍ତି। ପୀଡ଼ିତା ତାଙ୍କ ବୟାନରେ କହିଛନ୍ତି ଧର୍ମେନ୍ଦ୍ର ଗୁପ୍ତା ଏବଂ କୋମଲ ଗୁପ୍ତା ତାଙ୍କୁ ଜବରଦସ୍ତି କିଛି ନିଶା ପଦାର୍ଥ ଶୁଙ୍ଘାଇଥିଲେ ଏବଂ ଘର ବାହାରୁ ତାଙ୍କର ଅପହରଣ କରିଥିଲେ।

ସେ ଆହୁରି କହିଛନ୍ତି ତାଙ୍କୁ ଅଧା ବାଟରେ ହୋସ ଆସିଥିଲା ଜବଲପୁର ଠାରୁ କୋମଲ ଗୁପ୍ତା ଧର୍ମେନ୍ଦ୍ର ଗୁପ୍ତାଙ୍କ ଠାରୁ ଅଲଗା ହୋଇଥିଲେ ଏହାପରେ ଧର୍ମେନ୍ଦ୍ର ଗୁପ୍ତା ତାଙ୍କୁ ତାଙ୍କ ମାଉସୀଙ୍କ ଘରକୁ ନେଇଯାଇଥିଲେ ଏବଂ ସେଠାରେ ବାରମ୍ବାର ଦୁଷ୍କର୍ମ କରିଥିଲେ ।

ସେପଟେ ପୋଲିସ ଅଧୀକ୍ଷକ ବିରେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଧର୍ମେନ୍ଦ୍ର ଗୁପ୍ତାକୁ ଗିରଫ କରାଯାଇଛି। ଏବେବି କୋମଲ ଗୁପ୍ତା ଫେରାର ଅଛି । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି। ଆଉ ସେମାନଙ୍କୁ ଗିରଫ କରାଯାଉ ବୋଲି ଯୁବତୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେପଟେ ଉଭୟଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ପୋଲିସ୍ କହିଛି।

Leave a Reply

Your email address will not be published. Required fields are marked *