ସଂସ୍କାର: ପ୍ରେମ। ପ୍ରେମ ହେଉଛି ଦୁଇଟି ହୃଦୟର ମନଭରା ଭାଷର ଆଦାନପ୍ରଦାନ । ପ୍ରେମରେ ପ୍ରେମୀଯୁଗଳ ପରସ୍ପରର ମନର ଭାବକୁ ବୁଝିବା ନିତାନ୍ତ ଆବଶ୍ୟକ। ଆଉ ପ୍ରେମ ରେ ପ୍ରତିଶ୍ରୁତିର ଗୁରୁତ୍ବ ମଧ୍ୟ ଅଧିକା। ତେବେ ପ୍ରେମ ରେ ପ୍ରତିଶ୍ରୁତିର ଗୁରୁତ୍ବ କେତେ ଅଧିକା ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବ୍ରିଟେନର ଜଣେ ପ୍ରେମିକ। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବ୍ରିଟେନରେ ଜଣେ ଯୁବକଙ୍କ ବାନ୍ଧବୀଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି। ହେଲେ ମୃତ୍ୟୁ ପୂର୍ବରୁ ପ୍ରେମିକଜଣକ ପ୍ରେମିକା ପାଇଁ କରିଥିବା କାମ ଏବେ ଅନ୍ୟ ପ୍ରେମୀଯୁଗଳଙ୍କ ପାଇଁ ଉଦାହରଣ ପାଲଟିଛି।
ସୂଚନା ମୁତାବକ, ବ୍ରିଟେନରେ ଜଣେ ଯୁବକଙ୍କ ପ୍ରେମିକାଙ୍କର କାର ଦୁର୍ଘଟଣା ହୋଇଥିଲା । ଏହାପରେ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କହିଥିଲେ କି ପୀଡ଼ିତାଙ୍କୁ ବଞ୍ଚାଇବା ସମ୍ଭବ ନୁହେଁ । ଏହାପରେ ଯୁବକଙ୍କର ମନେ ପଡିଯାଇଥିଲା ପ୍ରେମିକାଙ୍କୁ ଦେଇଥିବା କଥା। ସେ ଡାକ୍ତରଙ୍କୁ ଅନୁରୋଧ କରିଥିଲେ କି କୌଣସି ପରିସ୍ଥିତିରେ ସେ ତାଙ୍କୁ ବିବାହ କରିବେ । ଏନେଇ ସେ ଡାକ୍ତରଙ୍କ ସହାୟତା ମାଗିଥିଲେ ଓ ଡାକ୍ତର ତାଙ୍କ ଅନୁରୋଧକୁ ସ୍ୱୀକାର କରିଥିଲେ ।
ତେବେ ଉଭୟଙ୍କର ପ୍ରେମ ବାହାଘରକୁ ଉଭୟଙ୍କ ପରିବାର ଲୋକ ରାଜି ଥିଲେ । ହେଲେ ଏହି ଦୁର୍ଘଟଣା ଉଭୟଙ୍କ ସ୍ୱପ୍ନକୁ ମାଟିରେ ମିଶାଇ ଦେଇଥିଲା। ତେବେ ପରିବାର ଲୋକ ଓ ପ୍ରେମିକ ମିଶି ସେହି ଯୁବତୀଙ୍କର ଶରୀରର କେତେକ ଅଂଶ ମେଡ଼ିକାଲକୁ ଦାନ କରିଦେଲେ।