ସଂସ୍କାର: ଜଣେ ବିବାହିତ ମହିଳାଙ୍କୁ ଅନୈତିକ ସମ୍ପର୍କ ରଖିବା ପଡିଛି ମହଙ୍ଗା। ମହିଳା ଜଣକ ନିଜ ପ୍ରେମିକ ସହିତ ଗାଡି ଭିତରେ କରୁଥିଲେ ଯୌନକ୍ରୀଡା। ଆଉ ଏକ ସାଧାରଣ ସ୍ଥାନରେ ଏହିପରି ଖରାପ କାମ କରିବା ସମୟରେ ସ୍ୱାମୀ ହାତରେ ଧରାପଡିଲେ ସ୍ତ୍ରୀ।
ଆମେରିକାର ମେରିଲ୍ୟାଣ୍ଡରୁ ଆସିଛି ଏହିଭଳି ଏକ ସମ୍ବେଦନଶୀଳ ଅଭିଯୋଗ। ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଅନେକ ବର୍ଷ ଧରି ମାଡ଼ ମାରୁଥିବାର ଅଭିଯୋଗ ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ସମ୍ବନ୍ଧ ରଖୁଥିବାର ସ୍ୱଚକ୍ଷୁରେ ଦେଖିଥିଲେ। ଏକ ହୋଟେଲର ପାର୍କିଂ ସ୍ଥାନରେ ଠିଆ ହୋଇଥିବା କାର ଭିତରେ ସେ ନିଜ ପତ୍ନୀଙ୍କୁ ତାର ପ୍ରେମିକ ସହିତ ସମ୍ପର୍କ ରଖୁଥିବାର ଦେଖିଥିଲେ। ଏହା ପରେ ଅଭିଯୁକ୍ତ ସ୍ୱାମୀ ନିଜ ପତ୍ନୀଙ୍କୁ ଦଣ୍ଡ ଦେବାକୁ ଯାଇ ଲଗାତାର ଅନେକ ବର୍ଷ ପର୍ଯ୍ୟନ୍ତ ଅତି ନିର୍ମମ ଭାବେ ପିଟି ଆସୁଥିଲେ।
ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ସେପ୍ଟେମ୍ବର ୨୧ ତାରିଖରେ ୩୪ ବର୍ଷୀୟ ୱିଲିୟମ ଏଟକିନ୍ସଙ୍କୁ ନିଜ ପତ୍ନୀଙ୍କ ମୋବାଇଲରୁ ଅନେକ ଭିଡିଓ କଲ ଆସିଥିଲା । ଭିଡିଓ କଲରେ ପତ୍ନୀଙ୍କୁ ଅନ୍ୟ ପୁରୁଷ ସହ ଦେଖି ସେ ତୁରନ୍ତ ହୋଟେଲର ପାର୍କିଂକୁ ଆସିଥିଲେ । ପାର୍କିଂରେ ଠିଆ ହୋଇଥିବା ଏକ କାର ଭିତରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖୁଥିବାର ଦେଖି ସେ ଖୁବ ରାଗିଥିଲେ। ରାଗରେ ଆସି ସେଠାରେ ସେ ନିଜ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ମାରପିଟ୍ କରିବା ଆରମ୍ଭ କରିଥିଲେ । ରିପୋର୍ଟ ମୁତାବକ, ଏଟକିନ୍ସଙ୍କ ଆକ୍ରମଣ ପରେ ପତ୍ନୀଙ୍କ ପ୍ରେମିକ ଘଟଣାସ୍ଥଳରୁ ଫେରାର ହୋଇଥିଲା । ଏହାପରେ ଅଭିଯୁକ୍ତ ସ୍ୱାମୀ ନିଜ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ସେଠାରେ ଛାଡିଦେଇଥିଲେ । ନିଜ ପତ୍ନୀଙ୍କୁ ଅନେକଥର ପିଟିଥିବା ନିଜେ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ସ୍ୱାମୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।