ସ୍ୱାମୀ କରିବା ପାଇଁ ଚାହୁଁଥିଲା ପତ୍ନୀକୁ ହତ୍ୟା ; କିନ୍ତୁ ଯୋଜନା ହେଲା ପଣ୍ଡ , ଗଲା ଜେଲ୍

ସଂସ୍କାର : ପତ୍ନୀକୁ ହତ୍ୟା କରିବା ପାଇଁ ସ୍ୱାମୀ ସଯାଇଥିଲା ମାଷ୍ଟର ପ୍ଲାନ। କିନ୍ତୁ ସାମାନ୍ୟ ଭୁଲ୍ ପାଇଁ ସ୍ୱାମୀର ସବୁ ଯୋଜନା ହେଲା ପଣ୍ଡ ଆଉ ସେ ଗଲା ଜେଲ୍। ଏଭଳି ଏକ ସମ୍ବେଦନଶୀଳ ମାମଲା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାର ବୁଗୁଡା ଅଞ୍ଚଳରେ।

ଗଂଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ କୋଡ଼ିରେ ହାଣି ହତ୍ୟା କରିବା ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲା। ଆଉ ସ୍ତ୍ରୀକୁ କୋଡ଼ିରେ ଦୁଇଟି ଚୋଟ ମଧ୍ୟ ପକାଇଥିଲା। କିନ୍ତୁ ସୌଭାଗ୍ୟବସତଃ ମହିଳା ଜଣକ ସ୍ୱାମୀର କୋଡ଼ି ମାଡ଼ରୁ ବଂଚି ପୋଲିସ୍ ଥାନାରେ ପହଂଚିଥିଲେ। ଆଉ ପୋଲିସ୍ ସଂଗେ ସଂଗେ ମାମଲା ରୁଜୁ କରି ମହିଳାଙ୍କର ସ୍ୱାମୀଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ଭାମଶ୍ୟାଳି ଗ୍ରାମର ତେଲଙ୍ଗା ସାହିର ନାରାୟଣ ବଢ଼େଇ ଗତ ୧୦ ତାରିଖ ସକାଳେ ନିଜର ପତ୍ନୀ ନମି ବଢ଼େଇଙ୍କୁ ଏକ କୋଡ଼ିରେ ହାଣି ହତ୍ୟା ଉଦ୍ୟମ କରିଥିଲା। ନାରାୟଣ କୋଡ଼ିରେ ହାଣିବା ଦ୍ୱାରା ତାର ସ୍ତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆଉ ସେ ଚିକିତ୍ସା ପାଇଁ ସଂଗେ ସଂଗେ ଡାକ୍ତରଖାନା ଯାଇଥିଲେ। ତେବେ ମେଡ଼ିକାଲରୁ ସିଧା ପତ୍ନୀ ନମି ବଡେଇ ପୋଲିସ୍ ଥାନାରେ ପହଂଚି ତାଙ୍କ ସ୍ଵାମୀଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରିଥିଲେ। ତେବେ ନମୀଙ୍କର ଅଭିଯୋଗକୁ ଭିତ୍ତି କରି ବୁଗୁଡା ଥାନା ପୋଲିସ୍ କେସ ନଂ ୪୫୩/୨୧ ପ୍ରକାରେ ଏକ ମାମଲା ରୁଜୁ କରିଥିଲା। ଆଉ ଆଜି ସ୍ଵାମୀ ନାରାୟଣ ବଢ଼େଇଙ୍କୁ ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରିଛି। ଯାହାକି ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *