ସଂସ୍କାର : ବିବାହ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଆଉ ବିବାହ ପରେ ସ୍ବାମୀ-ସ୍ତ୍ରୀ ମିଶି ଅନେକ ଭଲ କାର୍ଯ୍ୟ କରିଥାନ୍ତି। କିନ୍ତୁ ଯଦି ଦୁହିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ, ତେବେ ଘର କଳି ଯାଇ ପଦାରେ ପଡିଥାଏ। ସ୍ୱାମୀ-ସ୍ତ୍ରୀ ର ସଂସାର ମଧ୍ୟରେ ଅନେକ ଝଗଡ଼ା, କଳି ଆଦି ଲାଗି ରହିଥାଏ। ମାତ୍ର ଜଣେ ମହିଳା ନିଜ ସ୍ୱାମୀଙ୍କ ପଶୁପଣିଆକୁ ପଦାକୁ ଆଣିଛନ୍ତି। ମହିଳା ଜଣକ ନିଜ ସ୍ୱାମୀଙ୍କୁ ନେଇ ଭୋଗୁଥିବା ଦୁଃଖକୁ ଗଣମାଧ୍ୟମ ସମ୍ମୁଖରେ ବର୍ଣ୍ଣନା କରିଛନ୍ତି। ସେ କିଛି ଘଟଣା ସମ୍ୱନ୍ଧରେ ଉଲ୍ଲେଖ କରିଛନ୍ତି ଯାହା ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମହିଳାଙ୍କର କହିବା ମୁତାବକ ” କୌଣସି କାରଣରୁ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହା ପରେ ତାଙ୍କ ସ୍ୱାମୀ ତାଙ୍କୁ ହଇରାଣ କରିବା ପାଇଁ ଅନେକ ଉପାୟ ପାଞ୍ଚିଥିଲେ । ଏଥିସହିତ ସେ ପତ୍ନୀଙ୍କ ବାଥରୁମରେ କ୍ୟାମେରା ଲଗାଇବାକୁ ମଧ୍ୟ ପଛାଇ ନଥିଲେ ।”

ତେବେ ନ୍ୟୁଜ୍ ଏଜେନ୍ସି ‘ଦି ସନ୍’ର ରିପୋର୍ଟରେ ଏହି ମହିଳାଙ୍କର ନାମ ଓ ଠିକଣା ଗୁପ୍ତ ରଖାଯାଇଛି। ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ୱାମୀ କିପରି ଏପରି ନୀଚ କାର୍ଯ୍ୟ କରିପାରିଲେ ଏହାକୁ ନେଇ ମଧ୍ୟ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗାଧୋଇ ସାରିବା ପରେ, ସେ ତାଙ୍କ ଶରୀରରେ କ୍ରିମ୍ ଲଗାଉଥିଲେ, ସେତେବେଳେ ତାଙ୍କ ଆଖି ଉପରୁ ଦେଖାଯାଉଥିବା ଏକ ନୀଳ ଆଲୋକ ତାଙ୍କ ଖୋଲା ଶରୀର ଉପରେ ପଡ଼ିଲା । ମହିଳା ଜଣକ ଏହାକୁ ଦେଖି ବାଥରୁମରେ କ୍ୟାମେରା ଲଗାଯାଇଛି ବୋଲି ଜାଣିପାରିଲେ। ଏହାକୁ ପରଖିବା ପାଇଁ ମହିଳା ଜଣକ ପାଖକୁ ଯାଇ ଦେଖିଥିଲେ । ବାଥରୁମର ଗୋଟିଏ କୋଣରେ ଏକ ଅନ୍ଧାରରେ ଉତ୍ତୋଳନ ହେଉଥିବା କ୍ୟାମେରା ଦେଖାଗଲା, ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ବାଥରୁମରେ ଗାଧୋଇଥିବାର ସମସ୍ତ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା । ମହିଳା ଜଣକ ଏହାକୁ ନେଇ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । କିନ୍ତୁ ସ୍ୱାମୀ ଏହାକୁ ଅଣଦେଖା କରିଥିଲେ।
ସେତେବେଳେ ସେ ଜାଣିପାରିଲେ ଯେ ଏହି କ୍ୟାମେରାରେ ଶୁଟ୍ କରିବା କାମ ମୋ ସ୍ୱାମୀର। ତେବେ ଏହି ଘଟଣା ଶୁଣିବା ପରେ ଅନେକ ଲୋକ କ୍ଷୁବ୍ଧ ପ୍ରକାଶ କରି ସେ ମହିଳାଙ୍କୁ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ପୋଲିସରେ ଦେଇ ଦିଅନ୍ତୁ। ଆଉ ଏକ ମାମଲା ରୁଜୁ କରନ୍ତୁ। କିନ୍ତୁ ସ୍ୱାମୀର କ୍ୟାରିୟରକୁ ନଜରରେ ରଖି ମହିଳା ଜଣକ ପୋଲିସର ଦ୍ୱାରସ୍ଥ ହୋଇନାହାନ୍ତି।