ସଂସ୍କାର : ଝାଡଖଣ୍ଡର ରାଞ୍ଚିରେ ଡବଲ ମର୍ଡରର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ଏବଂ ତାଙ୍କ ଭାଇଙ୍କୁ ଯୁବତୀଙ୍କର ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ହୋଇଥିବାବେଳେ ଝିଅର ମା ଗୁରୁତର ଆହତ ହୋଇଛନ୍ତି।
ତେବେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି, କିନ୍ତୁ ଆଜି ଘଟଣାରେ ସମ୍ପୁକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଏପର୍ୟ୍ୟନ୍ତ ଧରା ହୋଇନାହାନ୍ତି। ରାଞ୍ଚିର ପାଣ୍ଡାରା ଓପି ଅଞ୍ଚଳରେ ଅବସ୍ଥିତ ଜନକନଗର ରାସ୍ତା ନମ୍ବର- ୪ ରେ ଭାଇ ଓ ଭଉଣୀଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଶ୍ୱେତା କୁମାରୀ (୧୭) ଏବଂ ଓମ କୁମାର (୧୪) ବୋଲି ଜଣାପଡିଛି।
ଏହି ମାମଲାରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ରାଞ୍ଚି ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ରୋହନ। ପ୍ରେମ ସମ୍ପର୍କରେ ଭାଇ ଓ ଭଉଣୀଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି।