ସଂସ୍କାର : ସମଗ୍ର ରାଜ୍ୟରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସରେ ଶିକ୍ଷାନୁଷ୍ଠାନମାନଙ୍କରେ ପରେଡ ନ କରିବାକୁ ରାଜ୍ୟ ସରକାର ସୂଚନା ଦେଇଥିଲେ । କିନ୍ତୁ ବର୍ତ୍ତମାନ ନିଷ୍ପତି ବଦଳିଛି। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପତାକା ଉତ୍ତୋଳନ କରାଯିବ। ଏଥିରେ ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହେବେ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି କି ଯେ ରାଜ୍ୟସରକାରଙ୍କ ନିଷ୍ପତି କ୍ରମେ ସ୍ୱାଧୀନତା ଦିବସ ପରି ଏକ ଜାତୀୟ ଦିବସକୁ ସମସ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଗଷ୍ଟ ୧୫ ପାଇଁ ସରକାର ନୂଆ ଗାଇଡଲାଇନ ଆଣିଛନ୍ତି ।
ପୁରୁଣା ଗାଇଡ ଲାଇନ ଅନୁସାରେ ସରକାର ଏହାକୁ ପ୍ରତ୍ୟାହାର କରିଥିଲେ ଏବଂ ଏହି ଉତ୍ସବରେ କେହି ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଥିଲା । କିନ୍ତୁ ଆଜି ହଠାତ ସରକାରଙ୍କ ନିଷ୍ପତି ବଦଳିଛି। ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ପତାକା ଉତୋଳନ କରିବାର ଅନୁମତି ମିଳିଛି।