ଅନ୍ୟ ପୁରୁଷ ସହ କଥା ହେବା କାରଣରୁ ବୋହୂକୁ ଏପରି ଦଣ୍ଡ ଦେଲେ ଶାଶୂଘର ଲୋକେ, ଜାଣିଲେ ଆପଣଙ୍କର ରୁମ ଠିଆହୋଇଯିବ…

ସଂସ୍କାର : ଜଣେ ୩୫ ବର୍ଷୀୟ ମହିଳାଙ୍କୁ ତାଙ୍କର ଶାଶୂଘର ଲୋକ ଏପରି ଦଣ୍ଡ ଦେଲେ ଯେ, ଯାହାକୁ ପଢିଲେ ଆପଣଙ୍କର ହୋସ୍ ଉଡିଯିବ। ମିଳିଥିବା ସୂଚନା ଅନୁସାରେ ଜଣେ ୩୫ ବର୍ଷୀୟ ମହିଳା ଅନ୍ୟ ଏକ ପୁରୁଷ ସହ ମୁହାଁମୁହିଁ କଥା ହେଉଥିଲେ। ଆଉ ଅନ୍ୟ ଏକ ଲୋକ ଦେଖି ଦେଇ ତାର ଶାଶୂଘର ଲୋକଙ୍କୁ କହିଦେଲା। ଆଉ ତା ପରେ ମହିଳାର ଶାଶୂଘର ଲୋକେ ଯାହାକଲେ ତାହା ସବୁଠୁ କଠୋର କାର୍ଯ୍ୟ ଥିଲା।

ଅନ୍ୟ ଏକ ଲୋକ କହିଦେବା ପରେ ମହିଳାଙ୍କର ଶାଶୂଘର ଲୋକେ ତାଙ୍କୁ ଗଛରେ ବାନ୍ଧି ବାଡାଇଲେ। ମହିଳା ଜଣକ ଅନ୍ୟ ପୁରୁଷ ସହିତ କଥା ହେଉଥିବା କାରଣରୁ ପ୍ରେମ ସମ୍ପର୍କ ସନ୍ଦେହ କରି ଗଛରେ ବାନ୍ଧି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଶାଶୂଘର ଲୋକେ। ତେବେ ମହିଳାଙ୍କର ଭାଇ ଥାନାରେ ଅଭିଯୋଗ କରିବା ପରେ ମହିଳାଙ୍କର ବୟାନକୁ ଭିତି କରି ପୋଲିସ୍ ଏକ ମାମଲା ରୁଜୁ କରିଛି। ଆଉ ମହିଳାଙ୍କର ଶାଶୂ , ଶଶୁର ଆଉ ଦିଅରକୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ରାମପୁରର ବିଲାସପୁର ଅଞ୍ଚଳରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେତୁ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ଏକ ଗଛରେ ବାନ୍ଧି ଶାଶୁଘର ଲୋକେ ମାଡ଼ ମାରିଥିଲେ। ଏହି ଘଟଣାଟି ସେପ୍ଟେମ୍ବର ୧୭ ତାରିଖର। ରାମପୁରର ବିଲାସପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଶନିବାର ଦିନ ଏକ ମାମଲା ରୁଜୁ ହୋଇଥିଲା।

Leave a Reply

Your email address will not be published. Required fields are marked *