ସଂସ୍କାର : ଶୀର୍ଷକ ପଢିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଫିନଲାଣ୍ହରେ ରହୁଥିବା ଜଣେ ୩ଟି ଶିଶୁର ମାଆ ଏବେ ଏଥିପାଇଁ ଚର୍ଚ୍ଚାରେ । ଏଲେକ୍ସାଣ୍ଡ୍ରା ଜୈସ୍ମିନ ନାମକ ଜଣେ ମହିଳାଙ୍କୁ କପଡ଼ା ପିନ୍ଧିବା ଜମାରୁ ଭଲ ଲାଗୁନଥିଲା । ସେଥିପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଶରୀରକୁ ଟାଟୁରେ ଢାଙ୍କିଛନ୍ତି ।
ଏବେ ଯେକୌଣସି ଜାଗା ହେଉନା କାହିଁକି ଏହି ମହିଳାଙ୍କୁ ବିନା କପଡ଼ାରେ ଆପଣ ଦେଖିବାକୁ ପାଇବେ । ସବୁବେଳେ ପ୍ରତ୍ୟେକ ମଣିଷର ଭିନ୍ନ ଭିନ୍ନ ସଉକ ରହିଥାଏ । ଆଉ କିଛି ଲୋକଙ୍କର ଅଜବ ସଉକ ରହିଥାଏ । ଯାହାକୁ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ ।
ଫିନଲାଣ୍ଡର ଏହି ମହିଳାଙ୍କୁ ଟାଟୁର ଏତେ ସଉକ ଥିଲା ଯେ ସେ କପଡ଼ା ବଦଳରେ ନିଜ ସାରା ଶରୀରରେ ଟାଟୁ କରି ଶରୀରକୁୁ ଢାଙ୍କିଛନ୍ତି । ଏବେ ସେ ସେଥିପାଇଁ ଚାରିଆଡ଼େ ଚର୍ଚ୍ଚାରେ ରହିଛନ୍ତି ।
ଜାସ୍ମିନ ତାଙ୍କର ଏହି ଟାଟୁ ଶରୀରର ଫଟୋ ଇନଷ୍ଟାରେ ସେୟାର କରିଥିଲେ । ସେ ଟାଟୁ ଫୋଟ ଅପଲୋଡ଼ କରିବା ପରେ ଏହା ସଂଗେ ସଂଗେ ଭାଇରାଲ୍ ହୋଇଯାଇଥିଲା। ଏହି ଟାଟୁ ପାଇଁ ୧୬ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।