୩ ମାସର ଶିଶୁକୁ ହତ୍ୟା କଲା ମାଆ, ନେଇଥିଲା ସର୍ଚ୍ଚ ଇଞ୍ଜିନ ଗୁଗୁଲ୍ ର ସାହାରା

ସଂସ୍କାର : ୩ ମାସର ଶିଶୁକୁ ନିର୍ମମ ଭାବେ ହତ୍ୟା କରିଦେଲା ମାଆ। ପାଣିରେ ବୁଡାଇ ବୁଡାଇ ୩ ମାସର ଶିଶୁକୁ ହତ୍ୟା କରିଦେଲା ମାଆ। ଉଜୈନରୁ ନଜର ଆସିଛି ଏପରି ଏକ ହୃଦୟ ବିଦାରକ ଘଟଣା । ଏଠାରେ ଜଣେ ମା ନିଜର ତିନି ମାସର ଶିଶୁ କନ୍ୟାକୁ ପାଣିରେ ବୁଡ଼ାଇ ହତ୍ୟା କରିଛି।

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ମାଆ ନିଜର ଝିଅକୁ ହତ୍ୟା କରିବା ପାଇଁ ଗୁଗୁଲ୍ ର ସାହାର୍ଯ୍ୟ ନେଇଥିଲା। ଗୁଗୁଲରୁ ଖୋଜି ବାହାର କରିଥିଲା ଝିଅକୁ ମାରିବାର ତରିକା। ତେବେ ଶେଷରେ ପୋଲିସ ହାତରେ ଧରାପଡିଛି ରାକ୍ଷସୀ ମାଆ । ଏହି ଘଟଣା ଉଜୈନର ଖାଚରୋଦ ଅଞ୍ଚଳର ବୋଲି ଜଣାପଡିଛି । ଏଠାରେ ରହୁଥିବା ଭାଟେୱାରା ପରିବାରର ତିନି ମାସର ଝିଅର ମୃତଦେହ ଏକ ପାଣି ଟାଙ୍କିରୁ ଉଦ୍ଧାର ହୋଇଥିଲା। ତେବେ ମୃତଦେହ ଉଦ୍ଧାର ପରେ ଝିଅଟିର ମା ଉପରେ ସନ୍ଦେହ ଥିଲା ଯାହାକି ପରବର୍ତ୍ତୀ ସମୟରେ ସତ ସାବ୍ୟସ୍ତ ହୋଇଥିଲା ।

ଅକ୍ଟୋବର ୧୨ରେ ଘଟିଥିବା ୩ ମାସର ଝିଅକୁ ହତ୍ୟା କରିଥିବା ସମ୍ବେଦନଶୀଳ ହତ୍ୟା ମାମଲାରେ ପ୍ରମାଣ ଆଧାରରେ ପୋଲିସ ମାଆକୁ ଗିରଫ କରିଛି । ବିଶେଷ କଥା ହେଉଛି ହତ୍ୟା ପୂର୍ବରୁ ମା ‘ଗୁଗୁଲରେ ସର୍ଚ୍ଚ କରିଥିଲା ଝିଅଟିକୁ କିପରି ହତ୍ୟା କରିବ । ଶେଷରେ, ଅକ୍ଟୋବର ୧୨ରେ, ମାଆ ଝିଅଟିକୁ ହତ୍ୟା କରିଥିଲା । ସୋସିଆଲ ମିଡିଆରେ ପିଲାମାନଙ୍କୁ ହତ୍ୟା କରିବାର ଉପାୟ ଜଣାପଡିବା ପରେ ପୋଲିସ ମାଆକୁ ଗିରଫ କରିଥିଲା । ତେବେ ଏହାପୂର୍ବରୁ ସ୍ୱାମୀ ଅର୍ପିତ, ଶାଶୁ ଅନୀତା ଏବଂ ଶ୍ୱଶୁର ସୁଭାଷ ଭଟେୱାରା ଅଭିଯୁକ୍ତ ମାଆ ଉପରେ ହତ୍ୟା ସନ୍ଦେହ କରିଥିଲେ।

Leave a Reply

Your email address will not be published. Required fields are marked *