ପ୍ରେମିକର ବିବାହ ଖବର ଶୁଣି ପ୍ରେମିକାଙ୍କ ଆତ୍ମହତ୍ୟା ଉଦ୍ୟମ : ଥାନାରେ ପିଇଦେଲେ ବିଷ

ରାଜଧାନୀ ଉପକଣ୍ଠ ବାଲିପାଟଣାରୁ ଆସିଛି ଏକ ଅଭାବନୀୟ ଘଟଣା । ପ୍ରେମିକର ବିବାହ ଖବର ଶୁଣି ପ୍ରେମିକାଙ୍କ ଆତ୍ମହତ୍ୟା ଉଦ୍ୟମ, ସେ ବି ଥାନାରେ । ସାତ ଜନ୍ମର ସାଥି ହେବାକୁ କଥା ଦେଇଥିବା ପ୍ରେମିକ ଆଉ କାହା ମଥାରେ ସିନ୍ଦୁର ଦେବ, ଏ ଖବର ଅତ୍ୟନ୍ତ ଦୁଃଖଦ ଥିଲା ପ୍ରେମିକା ପାଇଁ । ଖବର ଶୁଣିଲା ପରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଲେ ଏବଂ ଥାନା ପରିସରରେ ପିଇଦେଲେ ବିଷ ।

ମିଳିଥିବା ସୂଚନା ଅନୁସାରେ ବାଲିପାଟଣା ଥାନା ସୋମଣା ଶାସନ ଗାଁର ଜଣେ ଯୁବତୀ ସେହି ଗାଁର ଗୋପାଳ ବେହେରା ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ । । ମାତ୍ର ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ହେବାରୁ ପ୍ରସଙ୍ଗ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ହେଲେ ରବିବାର ଦିନ ପ୍ରେମିକ ଗୋପାଳଙ୍କ ବିବାହ ଅନ୍ୟ ସ୍ଥାନରେ ହେବା ଖବର ଶୁଣି ସେ ନିଜର ହିତାହତ ଜ୍ଞାନ ଭୁଲି ଯାଇଛନ୍ତି । ବିବାହ ଖବର ଯୁବତୀଜଣଙ୍କ ଶୁଣିଥିଲେ । ଖବର ପାଇ ନିଜ ବାପାମା’ଙ୍କ ସହିତ ବାଲିପାଟଣା ଥାନାକୁ ଆସିଥିଲେ ହେଲେ ସେଠାରେ ମାନସିକ ଭାରସାମ୍ୟ ହରାଇ ପାଖରେ ରଖିଥିବା ଏକ ବିଷ ବୋତଲ ବାହାର କରି ପିଇ ଦେଇଥିଲେ ।

ତେବେ ଘଟଣା ପରେ ତୁରନ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣକୁ ବାଲିପାଟଣା ପୋଲିସ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *