ଭୁବନେଶ୍ୱର: COVID-19 ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ବୁଧବାର (ମଇ 5) ସକାଳରୁ ଓଡିଶା ସରକାର ରାଜ୍ୟରେ ଦୁଇ ସପ୍ତାହ ବନ୍ଦ ଡାକରା ଦେଇଛନ୍ତି। ସଂକ୍ରମଣ ଚେନ୍ ବ୍ରେକ କରିବା ପାଇଁ ରାଜ୍ୟକୁ ପୁଣି ଥରେ ଲକ୍ଡାଉନ୍ ଫେରିଛି। ୧୪ ଦିନ ପାଇଁ ଲକଡାଉନ୍ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି।
ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ଅବଧିରେ, ଲୋକମାନେ ପନିପରିବା କିଣିବା ପାଇଁ ସକାଳ 7 ରୁ 12 ଟା ମଧ୍ୟରେ 500 ମିଟର ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ୱାସ୍ଥ୍ୟ ସେବା କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ସେବା ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
ବର୍ତମାନର ସ୍ଥିତି ଗତବର୍ଷଠୁ ବି ଆହୁରି ଭୟାନକ ହୋଉଛି। କରୋନା ଭୁତାଣୁ ଏଥର ଅଧିକ ମାରାତ୍ମକ ରୂପ ନେଇଛି ଏବଂ ଦ୍ରୁତଗତିରେ ମାଡ଼ିବା ସହ ଅଧିକ ଜୀବନ ହାରୁଛନ୍ତି । ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି ।
ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ । ଏବଂ ସମସ୍ତ ଅଫିସ୍, ଦୋକାନ ବଜାର, ସପିଂ ମଲ୍, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ । ଏବଂ ଏହି ସମୟରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍ଡାଉନ୍ ବଳବତ୍ତର ରହିବ।