ପୁଣି ବଢ଼ିଲା ଲକ୍‌ଡାଉନ୍‌, କଡାକଡି ହେବ କଟକଣା, ଜାରି ରହିବ ଏସବୁ ସେବା, ଜାଣନ୍ତୁ କଣ ରହିବ ବନ୍ଦ ?

The Odisha government extende lockdown in the state till 1st june

ଭୁବନେଶ୍ୱର : COVID-19 ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ର ଅବଧିକୁ ମଧ୍ୟ ଜୁନ 1 ତାରିଖ ସକାଳ 5 ଟା ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ୍ ଅନୁସାରେ ସକାଳ 6 ଘଣ୍ଟା ବଦଳରେ 4 ଘଣ୍ଟା 7 ଟାରୁ ସକାଳ 11 ଟା ଯାଏଁ ପନିପରିବା ଓ ଅନ୍ୟ ରାସନ ସାମଗ୍ରୀ କିଣିବାକୁ ଲୋକମାନେ ବାହାରକୁ ଯାଇପାରିବେ ।

ବର୍ତମାନର ସ୍ଥିତି ଗତବର୍ଷଠୁ ବି ଆହୁରି ଭୟାନକ ହୋଉଛି। କରୋନା ଭୁତାଣୁ ଏଥର ଅଧିକ ମାରାତ୍ମକ ରୂପ ନେଇଛି ଏବଂ ଦ୍ରୁତଗତିରେ ମାଡ଼ିବା ସହ ଅଧିକ ଜୀବନ ହାରୁଛନ୍ତି । ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ଏଣିକି ବାହାଘରରେ ମାତ୍ର 25 ଜଣ ଯାଇ ପାରିବେ। ଭୋଜି ଭାତ ବନ୍ଦ ଏବଂ କହାକୁ ବସାଇ ଖାଇବାକୁ ଦେଇ ପାରିବେ ନାହିଁ ।

ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ, ବ୍ୟାଙ୍କ ଖୋଲା ରହିବ। ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ । ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ, ଏହି ସମୟରେ ବସ୍‌ଚଳାଚଳ ଉପରେ ପ୍ରତିବନ୍ଧକ ରହିବ । ସମ୍ପୂର୍ଣ୍ଣ ବନ୍ଦ ରହିବ । ଏବଂ ସମସ୍ତ ଅଫିସ୍, ଦୋକାନ ବଜାର, ସପିଂ ମଲ୍, ସେଲୁନ୍‌ , ବାଣିଜ୍ୟିକ ପ୍ରତିଷ୍ଠାନ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ। ବ୍ୟାଙ୍କ ଖୋଲା ରହିବ, ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ତାଲିମ କାର୍ଯ୍ୟ ବନ୍ଦ ରହିବ । ଏବଂ ହୋମ ଡେଲିଭରି ଜାରି ରହିବ, ରେଷ୍ଟୁରାଣ୍ଟ ଏବଂ ହୋଟେଲରେ କେବଳ ଟକ୍‌ ଆଓ୍ୱେ ବା ପାର୍ସଲ ନେଇପାରିବେ, ଏହି ସମୟରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍ ବଳବତ୍ତର ରହିବ।

Leave a Reply

Your email address will not be published. Required fields are marked *