ରିକ୍ସାବାଲା ନାମରେ ୧ କୋଟି ସମ୍ପତ୍ତି ଲେଖିଦେଲେ ବୃଦ୍ଧା ମହିଳା, ଜାଣନ୍ତୁ କାହିଁକି

ସଂସ୍କାର : ଦୁନିଆରେ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଆଜି ମଧ୍ୟ ନିଃସ୍ୱାର୍ଥପର ଭାବରେ ଲୋକମାନଙ୍କର ସେବା କରନ୍ତି ଏବଂ ଅନେକ ଥର ଏହି ଲୋକମାନେ ସେମାନଙ୍କର ସେବାର ଫଳ ମଧ୍ୟ ଏପରି ଭାବରେ ପାଇଥା’ନ୍ତି ଯାହା ଦେଖିବା ପରେ ବାକି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହି ସମୟ ମଧ୍ୟରେ ଆମ କଟକରୁ ଆସିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର। କଟକର ଜଣେ ବୃଦ୍ଧ ମହିଳା ୨୫ ବର୍ଷର ବିଶ୍ୱାସକୁ ଦୃଷ୍ଟିରେ ରଖି ଏକ ଗରିବ ରିକ୍ସାବାଲା ପରିବାରକୁ ଏପରି ଏକ ପୁରସ୍କାର ଦେଇଛନ୍ତି, ଯାହାକି ଆଜି ସମଗ୍ର ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ଜାତୀୟ ଗଣମାଧ୍ୟମ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ରାଜ୍ୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, କଟକରେ ବାସ କରୁଥିବା ୬୩ ବର୍ଷିୟ ମିନତୀ ପଟ୍ଟନାୟକ ତାଙ୍କ ସ୍ୱାମୀଙ୍କ ଜୀବନବ୍ୟାପୀ ରୋଜଗାର ଓ ତାଙ୍କର ଏପର୍ଯ୍ୟନ୍ତର ସମସ୍ତ ରୋଜଗାରକୁ ଏକ ଗରିବ ତଥା ନିଷ୍କପଟ ରିକ୍ସାବାଲାକୁ ଦେଇଛନ୍ତି। ପାଖାପାଖି ୧ କୋଟିରୁ ଉର୍ଦ୍ଧ୍ବ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଏହି ବୃଦ୍ଧା ମହିଳା ଜଣକ ଜଣେ ସାଧାରଣ ରିକ୍ସାବାଲାର ପରିବାର ନାମରେ କରିଦେଇଛନ୍ତି। ତେବେ ମହିଳାଙ୍କର ଅନେକ ସମ୍ପର୍କୀୟ ଥାଇ ମଧ୍ୟ ସେ ଜଣେ ରିକ୍ସାବାଲାକୁ ନିଜର ସମ୍ପତ୍ତିର ଉତ୍ତରାଧିକାରୀ କରାଇଲେ , ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ମହିଳାଙ୍କର ଏହି କାର୍ଯ୍ୟକୁ ଲୋକେ ବି ସହଜରେ ମାନିପାରୁ ନାହାଁନ୍ତି। କିନ୍ତୁ ଏହା ହିଁ ବାସ୍ତବ।

ବୃଦ୍ଧ ମହିଳା ଜଣଙ୍କ ଏପରି କରିବା ପଛରେ ଏକ ମହତ କାରଣ ରହିଛି। ଆଉ କାରଣଟି ହେଲା ଏହା ଯେ, ଏହି ରିକ୍ସା ଚାଳକ ଓ ତାର ପରିବାର ଲୋକେ ମିଶି ଏହି ବୃଦ୍ଧାଙ୍କର ଦେଖାଶୁଣା କରୁଥିଲେ। ରିକ୍ସାଵାଲାର ପରିବାର ବୃଦ୍ଧା ମହିଳାଙ୍କର ଜୀବନର ପ୍ରତ୍ୟେକ ଅସୁବିଧାରେ ଠିଆ ହୋଇଥିଲେ। ତାଙ୍କୁ ଗୋଟିଏ କ୍ଷଣ ପାଇଁ ଏକାକୀ ଅନୁଭବ କରିବାକୁ ଦେଇନଥିଲେ ଏହି ସାଧାରଣ ରିକ୍ସାବାଲାର ପରିବାର। ଯେଉଁଥିପାଇଁ ମିନତି ପଟ୍ଟନାୟକ ଉପହାର ସ୍ୱରୂପ ତିନି ମହଲା ବିଶିଷ୍ଟ ଘର ଓ ଅନେକ ସ୍ଥାବର ଅସ୍ଥାବର ସମ୍ପତି ବୁଦ୍ଧ ସାମଲ ନାମକ ଜଣେ ରିକ୍ସା ଚାଳକଙ୍କ ନାମରେ ଲେଖି ଦେଇଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ସମୟରେ ମିନତି କହିଛନ୍ତି ଯେ ଗତ ଏକ ବର୍ଷ ଧରି ଏହି ରିକ୍ସାବାଲାର ପରିବାର ଓ ସେ ରିକ୍ସାବାଲା କେବଳ ମୋର ଯତ୍ନ ନେଇଛନ୍ତି। ଗୋଟିଏ ପଟେ ସ୍ୱାମୀ କୃଷ୍ଣ କୁମାରଙ୍କର କର୍କଟ ରୋଗ ହୋଇଥିଲା ଏବଂ ଗତ ବର୍ଷ ଜୁଲାଇରେ ତାଙ୍କର ଦେହାନ୍ତ ହୋଇଥିଲା, ତେଣୁ ତାଙ୍କ ଜୀବନର ଏକମାତ୍ର ସମର୍ଥନ ତାଙ୍କ ଝିଅ ଥିଲା। ସେ ମଧ୍ୟ ଚଳିତ ବର୍ଷ ଜାନୁଆରୀରେ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି। ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଦୁଇଟି ଭୟଙ୍କର ଦୁଃଖଦ ଘଟଣା ଦେଖିବା ପରେ ବୃଦ୍ଧ ମହିଳା ଜଣକ ଭିତରୁ ଭାଙ୍ଗି ଯାଇଥିଲେ। ଏପରି ସମୟରେ ବୁଦ୍ଧ ଏବଂ ତାଙ୍କ ପରିବାର କେବେ ବି ମିତାଲିଙ୍କ ପକ୍ଷ ଛାଡି ନଥିଲେ। ମିନତି କୁହନ୍ତି, ମୁଁ ହୃଦ୍‌ରୋଗୀ ଏବଂ ଉଚ୍ଚ ରକ୍ତଚାପର ରୋଗୀ, କିନ୍ତୁ ବୁଦ୍ଧ ଏବଂ ତାଙ୍କ ପିଲାମାନେ ମୋତେ ଉଦାସୀନତାରୁ ସାହାଯ୍ୟ କରିଥିଲେ। ସେମାନେ ମୋର ସ୍ୱାସ୍ଥ୍ୟର ଯତ୍ନ ନେଇଥିଲେ ଏବଂ ଆଜି ମଧ୍ୟ ସେମାନେ ମୋର ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଛନ୍ତି।

ପଟ୍ଟନାୟକ କହିଛନ୍ତି ଯେ ମୋର ସମସ୍ତ ସମ୍ପର୍କୀୟ ମୋର ଏହି ନିଷ୍ପତ୍ତିରେ ଅତ୍ୟଧିକ କ୍ରୋଧିତ ଏବଂ ଅନ୍ୟପଟେ ମୁଁ ମୋର ସମସ୍ତ ସମ୍ପତ୍ତି ଏକ ଗରିବ ପରିବାରକୁ ଦାନ କରିବାକୁ ଚାହୁଁଥିଲି। ମୁଁ ବୁଦ୍ଧ ଏବଂ ତାଙ୍କ ପରିବାରକୁ ଆଇନଗତ ଭାବରେ ସବୁକିଛି ଦାନ କରିବାକୁ ନିଷ୍ପତ୍ତି ନେଇଛି, ଯାହାଫଳରେ ମୋର ମୃତ୍ୟୁ ପରେ କେହି ସେମାନଙ୍କୁ ହଇରାଣ କରିବେ ନାହିଁ।

Leave a Reply

Your email address will not be published. Required fields are marked *