ନିଜ ସଂସ୍ଥାର ମହିଳା କର୍ମଚାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା ମାଲିକ ….

ସଂସ୍କାର : ଯୁବତୀମାନଙ୍କୁ ନିଜର ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ଛାଡ଼ିଦେଉଛନ୍ତି ବହୁ ଯୁବକ। ଆଉ ବିବାହ କଥା ଉଠିବା ପରେ ସାଇଡ ମାରି କେଉଁ ଆଡେ ଲୁଚିଯାଉଛନ୍ତି କେତେକ ପ୍ରେମିକ ପ୍ରବର ଯୁବକ। ତେବେ ଜଣେ ଘରୋଇ ସଂସ୍ଥାର ମାଲିକ ନିଜ ସଂସ୍ଥାରେ କାମ କରୁଥିବା ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀ ପୋଲିସ୍ ଥାନାରେ ହୋଇଛି।

ରାଜ୍ୟ ଗଣ ମାଧ୍ୟମର ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଯେତେବେଳେ ସଂସ୍ଥାର ମାଲିକଙ୍କୁ ବିବାହ କଥା ଉଠାଇ‌ଲେ, ସେହି ସମୟରେ ସେ ତାଙ୍କ ଠାରୁ ଦୂରେଇବା ଆରମ୍ଭ କଲେ। ଆଉ ଯୁବତୀଙ୍କ ଠାରୁ ଶାରୀରିକ ସୁଖ ଲାଭ କରିବା ପରେ ମାଲିକ ଜଣକ କେଉଁଆଡ଼େ ଉଭାନ ହୋଇଥିବା ସୂଚନା ରହିଛି।ଶେଷରେ ପ୍ରତାରଣାର ଶିକାର ହୋଇଥିବା ଯୁବତୀ ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସମ୍ପୃକ୍ତ ଯୁବକଙ୍କର ଏକାଧିକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ସମ୍ପୃକ୍ତ ଯୁବକ ମାଲିକ ଜଣକ ଏହିପରି ଅନେକ ଯୁବତୀଙ୍କର ଶରୀର ସହ ଖେଳିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ପୀଡିତା ଯୁବତୀଙ୍କ ଘର ପାରାଦୀପ ମଧୁବନରେ ବୋଲି ଜଣାପଡିଛି। ସେ ନୀଳକଣ୍ଠନଗରରେ ରୁହନ୍ତି। ୨୦୧୯ ମସିହା ଜୁନ୍‌ରେ ଇନ୍ଦ୍ରଧନୁ ମାର୍କେଟ୍‌ରେ ଥିବା ଏକ ଅଫିସରେ ଚାକିରି କରିଥିଲେ। ତେବେ ୨୦୨୦ ମସିହା ଜୁଲାଇ ମାସରେ ସେହି ସଂସ୍ଥାର ମାଲିକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥି‌ଲେ। ଯେତେବେଳେ ଯୁବତୀଜଣଙ୍କ ବିବାହ କରିବାକୁ କହିଲେ, ଯୁବକଙ୍କ ପ୍ରତାରଣା ଆରମ୍ଭ ହୋଇଯାଇଥିଲା। ପୂର୍ବରୁ ମଧ୍ୟ ଜଣେ ଯୁବତୀ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ତେବେ ପୋଲିସ୍ ଅଭିଯୁକ୍ତ ମାଲିକଙ୍କୁ ଖୋଜୁଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *