ରାସ୍ତାରେ ମଝିରେ ଠିଆ ହୋଇ କଥା ହେବା ପଡିଲା ମହଙ୍ଗା, ବସ୍ ଧକ୍କାରେ ୨୦ ଫୁଟ ଫୋପାଡ଼ି ହୋଇ ଚାଲିଗଲା ଜୀବନ, ଦେଖନ୍ତୁ ଭିଡ଼ିଓ

ସଂସ୍କାର : ରାଜସ୍ଥାନର ଭିଲୱାରା ସହରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ସହରର ସୁଭାଷ ନାଗର ପୋଲିସ ଷ୍ଟେସନ ପରିସରରେ ଏକ ଘରୋଇ ବସ୍ ଅଜମେର ରାଜପଥର ରାସ୍ତାରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଯୁବକ ଜଣକ ମଝି ରାସ୍ତାରେ ଠିଆ ହୋଇ କଥା ହେଉଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଯୁବକ ଜଣକ ବସ୍ ତଳେ ଆସିଯାଇଥିଲେ। ବସ ଧକ୍କାରେ ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ଫୋପାଡ଼ି ହୋଇ ପଡ଼ିଥିଲେ ଯୁବକ। ତେବେ ଯୁବକଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ମଧ୍ୟ ଫେରାର୍ ହୋଇଥିଲେ।

ତେବେ ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଡାକ୍ତରଖାନାକୁ ନେଇଥିଲା। ଏହା ପରେ ମୃତକଙ୍କର ପରିବାର ସଦସ୍ୟଙ୍କୁ ଜଣାଇଥିଲା। ସ୍ଥାନୀୟ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ପୁଷ୍ପା କାସଉଟିଆ କହିଛନ୍ତି ଯେ ଶମ୍ବୁଗଡର କାନପୁରା ଗ୍ରାମ ନିବାସୀ ୩୨ ବର୍ଷିୟ ରାମସ୍ୱାରପୁତ୍ର ଛଗନ ଜାଟଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଭିଲୱାରାର ଏକ ଅଟୋମୋବାଇଲ କମ୍ପାନୀରେ ମ୍ୟାନେଜର ଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ୟୁଆଇଟି କାର୍ଯ୍ୟାଳୟ ନିକଟରେ ରାସ୍ତାରେ ଯୁବକ ତାଙ୍କ ସାଙ୍ଗଙ୍କ ସହ କଥାବାର୍ତ୍ତା ହେଉଥିଲେ। ଯୁବକଙ୍କର ବନ୍ଧୁ କାରରେ ବସିଥିଲେ ଏବଂ ସେ ରାସ୍ତାରେ ଠିଆ ହୋଇଥିଲେ। ଏହି ସମୟରେ କାଞ୍ଚନ ଇଣ୍ଡିଆ କମ୍ପାନୀର ବସ୍ ଦ୍ରୁତ ଗତିରେ ପଛରୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଏହା ପରେ ମଧ୍ୟ ବସ୍ ଅଟକି ନଥିଲା ଏବଂ ଯୁବକକୁ ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ଟାଣି ନେଇଥିଲା। ଏହି ଦୁର୍ଘଟଣା ପରେ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *