ସଂସ୍କାର : ୪ ବର୍ଷର ଝିଅ ସହିତ ଅଶ୍ଳୀଳ ବ୍ୟବହାର କରି ଗିରଫ ହେଲେ ସ୍କୁଲ ଡ୍ରାଇଭର। ଡ୍ରାଇଭର ଜଣକ ୪ ବର୍ଷର କୁନି ଝିଅକୁ କରୁଥିଲା ବେଡ ଟଚ୍। ଆଉ ଝିଅ କାନ୍ଦି କାନ୍ଦି ଆସି ତାର ମାଆକୁ କହିଲା ଡ୍ରାଇଭର ଅଙ୍କଲ ମୋତେ ବେଡ ଟଚ୍ କରୁଛନ୍ତି। ଚକଲେଟ ଆଉ ବିସ୍କୁଟ ଦେଇ ସେ ମୋତେ ବେଡ ଟଚ୍ କରୁଛନ୍ତି।
ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଉତ୍ତରପ୍ରଦେଶର କାନୁପରରେ। କାନପୁରର ରାନୀ ଘାଟ କୋହନା ନିକଟରେ ଥିବା ଏକ ସ୍କୁଲ ଭ୍ୟାନର ଡ୍ରାଇଭର ଏଭଳି କାମ କରିଛନ୍ତି। ଡ୍ରାଇଭର ଜଣକ ଘରକୁ ଫେରୁଥିବା ଜଣେ ୪ ବର୍ଷର କୁନି ଝିଅ ସହିତ ଗତ ୧୧ ତାରିଖ ଏବଂ ୧୨ ତାରିଖ ଦିନ ଯୌନ ନିର୍ଯାତନା ଦେଇଛି। ତେବେ ଝିଅଟି ଗତ ଶନିବାର ଦିନ ଘରେ ପହଞ୍ଚି ତାର ମା’ଙ୍କୁ କହିଥିଲା ଯେ ଭ୍ୟାନ୍ ଡ୍ରାଇଭର ତାଙ୍କୁ ବେଡ ଟଚ୍ କରୁଛନ୍ତି। ଆଉ ଏହା କହି ସେ କାନ୍ଦିବାକୁ ଲାଗିଲା। ମା ’ସଙ୍ଗେ ସଙ୍ଗେ ଝିଅର ବାପାଙ୍କୁ ଫୋନରେ ଏସବୁ କଥା ଜଣାଇଥିଲେ।

ଏହା ପରେ ଶନିବାର ଦିନ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, କୋହନା ପୋଲିସ ଷ୍ଟେସନରେ ଭ୍ୟାନ ଡ୍ରାଇଭରଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା। ତେବେ ଗତ ରବିବାର ଦିନ ପୋଲିସ ଅଭିଯୁକ୍ତ ଭ୍ୟାନ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଉ ସେ ଭ୍ୟାନ୍ ଡ୍ରାଇଭର ବର୍ତ୍ତମାନ ଜେଲରେ ରହିଛି।
ସୂଚନା ଅନୁଯାୟୀ, ସରୂପ ନଗରର ଏକ ଜଣାଶୁଣା ଆପାର୍ଟମେଣ୍ଟରେ ରହୁଥିବା ୪ ବର୍ଷର ଝିଅ ରାନୀ ଘାଟ ନିକଟ ଏକ ବିଦ୍ୟାଳୟରେ ପ୍ରାରମ୍ଭରେ ଅଧ୍ୟୟନ କରୁଛି। ଝିଅର ମା କହିଛନ୍ତି ଯେ ସେ ଗତ ସପ୍ତାହରୁ ନିଜ ଝିଅକୁ ସ୍କୁଲ ପଠାଇବା ଆରମ୍ଭ କରିଥିଲେ। ବିଷ୍ଣୁପୁରୀ ନିବାସୀ ଭ୍ୟାନ ଡ୍ରାଇଭର ରାଜେଶ କୁମାରଙ୍କୁ ତାଙ୍କ ଝିଅକୁ ନେବା ଆଣିବା ପାଇଁ ଦାୟିତ୍ୱ ଦେଇଥିଲେ ।କିନ୍ତୁ କିଛି ଦିନ ଗଲା ପରେ ଝିଅଟି ଆସି ତା ମାଆକୁ କହିଛି ଯେ ଭ୍ୟାନ୍ ଡ୍ରାଇଭର ରାଜେଶ ରାସ୍ତାରେ କାରକୁ ଅଟକାଇ ତାଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରୁଛନ୍ତି। ଏହାର ପ୍ରତିବଦଳରେ ସେ ତାଙ୍କୁ ଚକୋଲେଟ୍ ଏବଂ ଟଫି ଦିଅନ୍ତି | ଏହା ଶୁଣି ଝିଅର ମାଆ ସଂଗେ ସଂଗେ ଝିଅର ବାପାକୁ ଏହି କଥା ଜଣାଇଥିଲେ। ଆଉ ଗତ ଶନିବାର ଦିନ ସେ କୋହନା ପୋଲିସ ଷ୍ଟେସନରେ ଭ୍ୟାନ ଡ୍ରାଇଭର ରାଜେଶଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ। ରବିବାର ଦିନ ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଛି।