ସଂସ୍କାର: ରାଜ୍ୟରେ ଭୀଷଣ ଖରା ପ୍ରଭାବରୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସୋମବାରଠାରୁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଆରମ୍ଭ ହୋଇଛି। ଏହି ଛୁଟି ୧୦ ଦିନ ଦିଆଯିବ ଅର୍ଥାତ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ପ୍ରତିବର୍ଷ ଗୀଷ୍ମକାଳୀନ ଛୁଟି ଦେଢମାସରୁ ଅଧିକ ଦିନ ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ସରକାର ମନା କରିଦେଇଛନ୍ତି ।
୨ ବର୍ଷ ହେଲାଣି ରାଜ୍ୟରେ କରୋନା ପ୍ରଭାବ ହେଉଥିବାରୁ ସମସ୍ତ ବିଦ୍ୟାଳୟ ବନ୍ଦ ଥିଲା ଯାହାଦ୍ୱାରା ପିଲାମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି ବୋଲି ସରକାର କହିଛନ୍ତି । ତେଣୁ ଛୁଟିଦିନ କମାଯାଇଛି।
ଯଦିଓ ଅନଲାଇନ କ୍ଲାସ ଚାଲିଥିଲା, ପ୍ରାୟ ପିଲାମାନଙ୍କ ପାଖରେ ସ୍ମାର୍ଟ ଫୋନ ନଥିବା କାରଣରୁ ପାଠ ପଢିପାରିନଥିଲେ । ତେଣୁ ସବୁ ପିଲା ପାଠ ପଢିବାର ସୁଯୋଗ ପାଇନଥିଲେ । କରୋନାର ସ୍ଥିତି ସୁଧାରିବା ପରେ ରାଜ୍ୟ ସରକାର ସ୍କୁଲ ଖୋଲିଥିଲେ ।
ସ୍କୁଲ ଖୋଲିବାର କିଛିଦିନ ହୋଇନି ଗ୍ରୀଷ୍ମପ୍ରଭାବ ଅତ୍ୟଧିକ ପାଇଁ ଛୁଟି ଦିଆଯାଇଥିଲା ୫ ଦିନ । ପାଠପଢାରେ କ୍ଷତି ହେବ ବୋଲି ରାଜ୍ୟସରକାର ଗୀଷ୍ମଛୁଟିକୁ କମାଇ ଦେଇ ୧୦ ଦିନ ରଖିଛନ୍ତିି ଏବଂ ପାଠପଢାକୁ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି।