ତପସ୍ୱିନୀଙ୍କ ତପସ୍ୟାର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ , ଶଶୁର ଘର ଆଗରେ ଟେଣ୍ଟ ବାନ୍ଧିଲେ ଡିମ୍ପଲ୍

ସଂସ୍କାର: ଆମ ଓଡିଆରେ ଗୋଟେ ପ୍ରାବତ୍ତ ଅଛି, “ଚେଷ୍ଟା ଆଉ ସଂଘର୍ଷ ହିଁ ସଫଳତାର ଚାବିକାଠି”। ଆଉ ଏହି ଧାଡିଟିକୁ ସମ୍ପୂର୍ଣ୍ଣ ରୂପେ ନିଜ ଜୀବନରେ ବିନିଯୋଗ କରୁଛନ୍ତି ତପସ୍ୱିନୀ ଦାଶ ଓରଫ ଡିମ୍ପଲ୍। ନ୍ୟାୟ ପାଇବା ପାଇଁ ପୁଣିଥରେ ଶଶୁର ଘର ସମ୍ମୁଖରେ ଟେଣ୍ଟ ବାନ୍ଧି ବସିଛନ୍ତି ଡିମ୍ପଲ୍। ଆମ ଓଡ଼ିଆ ଘରର ବୋହୁ ଯେ ନିଜ ସ୍ୱାମୀଙ୍କୁ ପାଇବା ପାଇଁ କିଛି ବି କରିପାରନ୍ତି ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଡିମ୍ପଲଙ୍କ ଠାରେ।

ପୁଣି ନ୍ୟାୟ ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିବ ତପସ୍ୱିନୀ ଦାଶଙ୍କୁ। ବ୍ରହ୍ମପୁର ଏସଡିଜେଏମ କୋର୍ଟ ତାଙ୍କର ଶୁଣାଣି ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତପସ୍ୱିନୀ ମଧ୍ୟ ଆସିକା ଚିନିଶିଳ୍ପ ଡାକ ବଙ୍ଗଳା ଛାଡ଼ି ଆସିଛନ୍ତି। ତେଣୁ ତାଙ୍କ ପାଇଁ ସ୍ୱାମୀଙ୍କ ଘର ଏକମାତ୍ର ବାଟ। ପୁଣି ଦ୍ୱିତୀୟ ଥର ପାଇଁ ତପସ୍ୱିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ମିଶି ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି। ପ୍ରବଳ ଶୀତ, କାକରରେ ତପସ୍ୱିନୀଙ୍କ ଏହି ତପସ୍ୟା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛି। ତପସ୍ୱିନୀ କେବେ ନ୍ୟାୟ ପାଇବେ ସେଇଟା ଅଲଗା କଥା, ମାତ୍ର ତାଙ୍କର ଏହି ତପସ୍ୟା ପାଇଁ ଆଜି ସେ ସମସ୍ତଙ୍କର ହୃଦୟକୁ ଜିଣିପାରିଛନ୍ତି।

ଆସନ୍ତା ୨୦ ତାରିଖରେ ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ କୋର୍ଟ ହୁଏତ ତପସ୍ୱିନୀଙ୍କୁ ନ୍ୟାୟ ପ୍ରଦାନ କରିପାରନ୍ତି । ତେବେ ଅପରପକ୍ଷେ ସୁମିତ ସାହୁଙ୍କ ପକ୍ଷରୁ ଜିଲ୍ଲା କୋର୍ଟରେ ଏକ ପିଟିସନ ଦାୟର କରାଯାଇଛି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ କରାଯିବ। ତେବେ ଆଜି ହେଉଛି ତପସ୍ୱିନୀଙ୍କ ଧାରଣାର ଦ୍ୱିତୀୟ ଦିନ। ଏନେଇ ତପସ୍ୱିନୀ କହିଛନ୍ତି, ‘ଏହା ହେଉଛି ମୋର ଶାଶୂ ଘର । ଏଇଠି ମୋର ସ୍ୱାମୀ, ଶାଶୂ ଓ ଶ୍ୱଶୁର ରହିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୁଁ ଏଇଠି ବସି ରହିବି, ରୋଷେଇ କରି ଖାଇବି ।’

ତେବେ ତପସ୍ଵିନୀଙ୍କର ତପସ୍ୟା କେବେ ସମାପ୍ତ ହେବ। ଆଉ ତାଙ୍କର ଶଶୁର ଘର ଲୋକ କେବେ ତାଙ୍କୁ ନିଜର କରୁଛନ୍ତି ତାହା ଦେଖିବା ପାଇଁ ଓଡ଼ିଶାର ଲୋକମାନେ ଚାହିଁରହିଛନ୍ତି।

Leave a Reply

Your email address will not be published. Required fields are marked *