ସଂସ୍କାର : ସାବଧାନ ! ସମସ୍ତ ସିକ୍ୟୁରୀଟି ଗାର୍ଡମାନଙ୍କୁ ହତ୍ୟା କରୁଛି ଏହି ଅଭିଯୁକ୍ତ। ଗୋଡ଼ାଇ ଗୋଡ଼ାଇ ସମସ୍ତ ସିକ୍ୟୁରୀଟି ଗାର୍ଡମାନଙ୍କୁ ହତ୍ୟା କରୁଛି ଏହି ଅଭିଯୁକ୍ତ। ଶୋଇଥିବା ଅବସ୍ଥାରେ ଗାର୍ଡମାନଙ୍କ ମୁଣ୍ଡକୁ ଆଘାତ କରି ହତ୍ୟା କରୁଛି ଏହି ନୃଶଂସ ଲୋକ। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।
ତେବେ ବର୍ତ୍ତମାନ ଏହି ଅଭିଯୁକ୍ତକୁ ଭୋପାଳ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ମୁଣ୍ଡକୁ ଆଘାତ କରି ହତ୍ୟା କରୁଥିବା ସିରିଏଲ କିଲରକୁ ଭୋପାଳର ବୀରଗଡରୁ ଗିରଫ କରାଯାଇଛି। ଭୋପାଳର ଛଅ ଜଣ ସିକ୍ୟୁରୀଟି ଗାର୍ଡଙ୍କୁ ହତ୍ୟା କରିଛି ଏହି ବ୍ୟକ୍ତି। ପୋଲିସ କହିଛି ଯେ ସିସିଟିଭି କ୍ୟାମେରା ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା। ଆଉ ଅଭିଯୁକ୍ତ ତାର ଅପରାଧ ସ୍ୱୀକାର କରିଛି। ଅଭିଯୁକ୍ତ ମୋବାଇଲ ଜରିଆରେ ଧରାପଡିଛି, ସେ ଜଣେ ସିରିଏଲ କିଲର, ପଚରାଉଚରା ଚାଲିଛି।
ଶୋଇଥିବା ସିକ୍ୟୁରୀଟି ଗାର୍ଡମାନଙ୍କୁ ହତ୍ୟା କରିବା ପାଇଁ ଏକ ମିଶନରେ ଥିଲା ଏହି ଅପରାଧୀ । ଜଣେ ପୋଲିସ ଅଧିକାରୀ କହିଛନ୍ତି, “ହତ୍ୟାକାରୀର ନାମ ଶିବପ୍ରସାଦ। ସେ କେସଲି, ସାଗର ନିବାସୀ। ହତ୍ୟାକାରୀ ୬ ଟି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ପଚରାଯିବା ପରେ ସେ କହିଥିଲେ ଯେ ସେ ସିକ୍ୟୁରୀଟି ଗାର୍ଡ ହତ୍ୟା କରିବା ପାଇଁ ଏକ ମିଶନରେ ଅଛନ୍ତି ବୋଲି କହିଛି। କିନ୍ତୁ ସେ ଏପରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିଲେ ଯେଉଁମାନେ ଡ୍ୟୁଟିରେ ଶୋଉଥିଲେ।
ଏହାପୂର୍ବରୁ ସାଗର ଜିଲ୍ଲାରେ ଏହି ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଚାରି ଜଣ ଏବଂ ୭୨ ଘଣ୍ଟା ମଧ୍ୟରେ ତିନିଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଛି। ଗତ କିଛି ଦିନ ଧରି ୨୫୦ ପୋଲିସ କର୍ମଚାରୀଙ୍କ ୧୦ ଟି ଟିମ୍ ତାକୁ ଖୋଜୁଥିଲେ। ଆଉ ବର୍ତ୍ତମାନ ସେ ଗତକାଲି ଧରାପଡ଼ିଛି।