ସଂସ୍କାର : ପ୍ରତିଦିନ ଅନେକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରଲ୍ ହେଉଛି। ସେଥିମଧ୍ୟରୁ ଅନେକ ଭିଡ଼ିଓ ଆମ୍ଭମାନଙ୍କ ହୃଦୟକୁ ଛୁଇଯାଉଥିବା ବେଳେ, ଅନେକ ଭିଡ଼ିଓ ଆମ୍ଭମାନଙ୍କ ମନରେ ରାଗ ସୃଷ୍ଟି କରିଥାଏ। ଏହି ଧାରାରେ ବର୍ତ୍ତମାନ ଏକ ଗୁପଚୁପ ଷ୍ଟଲର ଭିଡ଼ିଓ ଇଣ୍ଟରନେଟରେ ଖୁବ୍ ଭାଇରଲ୍ ହେଉଛି। ଯାହାକୁ ଦେଖିଲେ ଆପଣ ନିଜର ରାଗକୁ ନିୟନ୍ତ୍ରଣ କରିପାରିବେ ନାହିଁ।

ଭିଡ଼ିଓରେ ଦେଖାଯାଉଛି ଯେ, ଗୁପଚୁପ ଷ୍ଟଲର ମାଲିକ ନିଜର ଗୁପଚୁପରେ ଦେଉଥିବା ପାଣିରେ ପରିସ୍ରା ମିଶ୍ରଣ କରୁଛି। ତେବେ ଏହି ଗୁପଚୁପ ଷ୍ଟଲଟି ଗୁଆହାଟୀର ବୋଲି ଜଣାପଡିଛି। ଗୁଆହାଟୀରେ ଜଣେ ଗୁପଚୁପ ବେପାରୀ ନିଜ ପାଖରେ ରଖିଥିବା ଏକ ମଗରେ ପରିସ୍ରା କରି ପାଣିରେ ମିଶାଇବାର ଏକ ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି। ମଗରେ ପରିସ୍ରା କରିବା ପରେ ସେହି ଗୁପଚୁପର ଖଟା ପାଣିକୁ ବିକୁଛି।
ଦେଖନ୍ତୁ ଭାଇରଲ୍ ଭିଡ଼ିଓ :-
ତେବେ ଏହି ଭିଡ଼ିଓଟିକୁ ଦେଖି ଅନେକ ସୋସିଆଲ୍ ମିଡ଼ିଆ ୟୁଜର ନିଜର କ୍ଷୁବ୍ଧ ପ୍ରକଟ କରିଛନ୍ତି।