ଭାଇ ସାମ୍ନାରେ ଦୁଷ୍କର୍ମର ଶିକାର ହେବା ପରେ ଭଉଣୀ କଲା ଏମିତି କାମ ଯେ, ଜାଣିଲେ ଆଖିରୁ ଲୁହ ଆସିଯିବ ଆପଣଙ୍କର….

ସଂସ୍କାର : ଆମ ଦେଶରେ ଦିନକୁ ଦିନ ଦୁଷ୍କର୍ମର ମାମଲା ବଢ଼ିବାରେ ଲାଗିଛି। ପ୍ରତିଦିନ ଅନେକ ମହିଳା, ଯୁବତୀ ଏପରିକି ନାବାଳିକାମାନଙ୍କୁ ଦୁଷ୍କର୍ମ କରୁଛନ୍ତି ଅନେଜ ଅସାମାଜିକ ବ୍ୟକ୍ତି। ତେବେ ଏହି ଦୁଷ୍କର୍ମକୁ ନେଇ ଏକ ରିପୋର୍ଟ ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଆଲୋଚନାର ମୁଖ୍ୟ ହୋଇସାରିଛି। କାରଣ ଜଣେ ଭାଇ ସମ୍ମୁଖରେ ତାର ଭଉଣୀକୁ କରଯାଇଛି ଦୁଷ୍କର୍ମ। ଆଉ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣଙ୍କ ଏହା ପରେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଆହୁରି ହୃଦୟ ବିଦାରକ।

ରକ୍ତର ଭାଇ ସାମ୍ନାରେ ଭଉଣୀକୁ ହୋଇଛି ଦୁଷ୍କର୍ମ। ଦୁଇ ଜଣ ଅଭିଯୁକ୍ତ କରିଛନ୍ତି ଜଣଙ୍କ ପରେ ଜଣେ ବଳାତ୍କାର। ଅନ୍ୟପଟେ ଲଜ୍ୟା ଓ କଷ୍ଟ ସହିନପାରି ପୀଡ଼ିତା ଭଉଣୀ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛି। ଏହିଭଳି ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରୁ।

ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରୁ ଆସିଥିବା ଏହି ଘଟଣା ବର୍ତ୍ତମାନ ଦେଶର ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଉକ୍ତ ଭାଇଜଣଙ୍କ ବର୍ତ୍ତମାନ ଏସପି ଅଫିସ୍ କୁ ଯାଇ ଅଭିଯୋଗ କରିଛନ୍ତି। ଆଉ ସେ ନିଜ ଅଭିଯୋଗ ପତ୍ରରେ ଉଲେଖ୍ୟ କରିଛନ୍ତି ଯେ, ତାଙ୍କ ଆଖି ସାମ୍ନାରେ ତାଙ୍କର ଭଉଣୀକୁ ବଳାତ୍କାର କରାଯାଇଛି। ଆଉ ସେ ଏହା ସହ୍ୟ ନ କରିପାରି ଆତ୍ମହତ୍ୟା କରିଦେଇଛି।

ମୃତକଙ୍କ ଭାଇ ଜାତୀୟ ଗଣମାଧ୍ୟମ ଓ ପୋଲିସ ନିକଟରେ ଲିଖିତ ଭାବରେ ଉଲେଖ୍ୟ କରିଛନ୍ତି ଯେ, “ଜାନୁଆରୀ ୮ ତାରିଖରେ ମୋ ଭଉଣୀ ଖାଇସାରିବା ପରେ ଶୋଇ ପଡ଼ିଥିଲା। ମୁଁ ମଧ୍ୟ ସେହି ରୁମ୍ ରେ ଶୋଇ ପଡ଼ିଥିଲି। କିନ୍ତୁ ସକାଳ ୫ଟାରେ ଉଠିବା ବେଳକୁ ଭଉଣୀ ତା ଜାଗାରେ ନଥିଲା। ତେଣୁ ବାହାରକୁ ଯାଇ ଦେଖିବା ବେଳକୁ ଅଭିଯୁକ୍ତ ନୀରଜ ପଟେଲ ମୋ ଭଉଣୀ ସହିତ ଜୋରଜବରଦସ୍ତୀ କରୁଥିଲା । ଆଉ ସେଠାରେ ତାର ସାଙ୍ଗ ମଧ୍ୟ ଥିଲା । ଯେତେବେଳେ ମୁଁ ପାଟି କଲି ମୋ ପାଟିକୁ ସେମାନେ ବନ୍ଦ କରି ଦେଇଥିଲେ । ଏହାପରେ ମୋ ଭଉଣୀ କେମିତି କଣ କରି ସେଠାରୁ ଅନ୍ୟ ରୁମ୍ କୁ ଯାଇ ଲଜ୍ୟାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲା”।

ତେବେ ପୋଲିସ ଏହି ମାମଲାର ବର୍ତ୍ତମାନ ଯାଞ୍ଚ ଚଲାଇଛି। ମୃତକଙ୍କ ପୋଷ୍ଟମଟମ୍ କରାଯାଇଛି। ରିପୋର୍ଟ ଆସିବାପରେ ତଦନ୍ତକୁ ଆଗକୁ ବଢ଼ାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *