ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବର୍ତ୍ତମାନ ସାମ୍ବାଦିକଙ୍କୁ ୧୫ ଲକ୍ଷର ସହାୟତା

କରୋନା ଭାରି ମହାମାରୀ ମଧ୍ୟରେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ପାଇଁ ଏକ ମହତ୍ତ୍ଵପୁର୍ଣ ପଦକ୍ଷପ ନେଇଛନ୍ତି । ସାମ୍ବାଦିକମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସମୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସରକାର ୧୫ ଲକ୍ଷ ଟଙ୍କାର ସହାୟତା ଦେବେ । ମୃତ ସାମ୍ବାଦିକଙ୍କ ପରିବାର ଲୋକେ ଏହି ରାଶି ପାଇବେ ବୋଲି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ।

ଏ ଘୋଷଣାକୁ ଭିତ୍ତି କରି ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ମାନସ । ସାମ୍ବାଦିକଙ୍କ ହିତ ପାଇଁ ସଦାସର୍ବଦା ଚେଷ୍ଟିତ ମାନସ ମଙ୍ଗରାଜଙ୍କ ଏହି ଘୋଷଣା ସାମ୍ବାଦିକଙ୍କ ମଧ୍ୟରେ ନୂଆ ଆଶା ସଂଚାର କରିଛି । ଜନ ସଚେତନତା ସୃଷ୍ଟି କରିବା ସହିତ ଏଭଳି କଠିନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ରାଜ୍ୟ ସରକାରଙ୍କ ଏହି ଘୋଷଣାରେ ବେଶ୍ ଉପକୃତ ହେବେ ବୋଲି ଅନେକ ମତ ରଖିଛନ୍ତି ।

ଦେଖନ୍ତୁ ଭିଡ଼ିଓ :

ଏଭଳି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବା ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ଓଡିଶା ୱେବ ସାମ୍ବାଦିକ ସଂଘ ପକ୍ଷରୁ ସାଧୁବାଦ ଜଣାଯାଇଛି । ସଂଘ ସଭାପତି ସମର ପ୍ରଧାନ, ସମ୍ପାଦକ ଶୁଭ୍ରାଂଶୁ ପଣ୍ଡା, ଉପସଭାପତି ମାନସ ମହାପାତ୍ର, ଯୁଗ୍ମ ସମ୍ପାଦକ ବିଦ୍ୟାଧର ପାତ୍ର ଓ କୋଷାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *