ସଂସ୍କାର : ସ୍ୱାସ୍ଥ୍ୟ ସେବାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଲା ଖୁସି ଖବର । କାରଣ ସ୍ୱାସ୍ଥ୍ୟ ସେବା ପାଇଁ ୨ ହଜାର ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲା ପାଇଁ ଗ୍ରୁପ ଏ ରାଙ୍କର ୨ ହଜାର ଏଲଟିଆରଏମଓ ପଦବୀ ସୃଷ୍ଟି ହୋଇଛି । ଏଲଟିଆରଏମଓ ଅର୍ଥ ହେଉଛି ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର ପଦବୀ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ୩୦ ଜିଲ୍ଲା ହସ୍ପିଟାଲରେ ୧୫୦୦, ଆରଜିଏଚରେ ୨୦ଟି ପଦବୀ, ୩୨ ସବଡିଭିଜନାଲ ହସ୍ପିଟାଲରେ ଆଉ ୪୮୦ଟି ପଦବୀ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଅନେକ ଆଶାୟୀ ପ୍ରାର୍ଥୀ ଲାଭବାନ୍ ହେବେ ।
ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୫୦ଟି ଡାକ୍ତରୀ ପଦବୀ ସୃଷ୍ଟି ହୋଇଛି । ଆଇଜିଏଚ୍ ରାଉରକେଲା ପାଇଁ ୨୦ଟି ପଦବୀ ରହିଛି । ପ୍ରତି ଜିଲ୍ଲା ଉପଖଣ୍ଡ ଚକିତ୍ସାଳୟ ପାଇଁ ୧୫ଟି ହିସାବରେ ମୋଟ ୪୮୦ ଡାକ୍ତର ପଦବୀ ସୃଷ୍ଟି ହୋଇଛି । ଏହି ସମସ୍ତ ପଦବୀକୁ ଅର୍ଥ ବିଭାଗର ମଞ୍ଜୁରି ଲାଭ କରିଛି ।